ଦେଶର ଧନୀ ଆଞ୍ଚଳିକ ଦଳ ତାଲିକାରେ ବିଜେଡି ଦ୍ବିତୀୟ ସ୍ଥାନରେ ରହିଛି । ପ୍ରଥମ ସ୍ଥାନରେ ରହିଛି ଡିଏମକେ । ଡିଏମକେ ପାଖରେ ସର୍ବାଧିକ 318 କୋଟି ଟଙ୍କାର ପାଣ୍ଠି ରହିଥିବା ବେଳେ ବିଜେଡି ପାଖରେ 307 କୋଟି ଟଙ୍କା ରହିଛି । 2021 ରେ ବିଜେଡି ନିର୍ବାଚନୀ ଏବଂ ଅନ୍ୟାନ୍ୟ ଖର୍ଚ୍ଚ ବାବଦରେ 28 କୋଟି 53 ଲକ୍ଷ ଟଙ୍କା ଖର୍ଚ୍ଚ କରିବା ପରେ ମଧ୍ୟ ନବେ ପ୍ରତିଶତ ଅର୍ଥ ବଳକା ରହିଥିବା ଦର୍ଶାଇଛି ।
ଆସୋସିଏଟ ଅଫ ଡେମୋକ୍ରାଟିକ ରିପୋର୍ଟରେ ଦେଶର 36ଟି ଆଞ୍ଚଳିକ ଦଳର ଆୟବ୍ୟୟ ତଥ୍ୟ ପ୍ରକାଶ ପାଇଛି । ଏହି ରିପୋର୍ଟ ଅନୁଯାୟୀ 218 କୋଟି ଟଙ୍କାର ପାଣ୍ଠି ଥିବା ଟିଆରଏସ ତୃତୀୟ ସ୍ଥାନରେ ରହିଛି । ଓାଇଏସଆର କଂଗ୍ରେସ ଚତୁର୍ଥ ସ୍ଥାନରେ ରହିଛି ।

44 କୋଟି ଟଙ୍କାର ପାଣ୍ଠି ରଖିଥିବା ଆମ୍ ଆଦମୀ ପାର୍ଟି ତାଲିକାର ସପ୍ତମ ସ୍ଥାନରେ ରହିଛି ।

ଏଡିଆର ରିପୋର୍ଟରେ ବିଜେଡି ଦ୍ବିତୀୟ ଧନୀ ଆଞ୍ଚଳିକ ଦଳ ଭାବେ ପ୍ରକାଶ ପାଇବା ପରେ ବିଜେପି ପ୍ରତିକ୍ରିୟା ପ୍ରକାଶ କରିଛି । ବିଜେପି ନେତା ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, ଅଫିସିଆଲ ତଥ୍ୟ ଅନୁଯାୟୀ ଯାହା ପ୍ରକାଶ ପାଇଛି, ତା ଠାରୁ ବହୁ ଅଧିକ ଟଙ୍କା ବିଜେଡି ପାଖରେ ରହିଛି । ହଜାର ହଜାର କୋଟି ଟଙ୍କାର କଳାଧନ ବିଜେଡି ପାଖରେ ରହିଥିବା ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here