କେନ୍ଦ୍ରରେ ବିଜେପି ନେତୃତ୍ୱରେ ଏନ.ଡି.ଏ ଶାସନ ,ପୂର୍ବ କଂଗ୍ରେସ ନେତୃତ୍ୱରେ ତାଲିଥିବା ୟୁ.ପି.ଏ ସରକାର ଓ ରାଜ୍ୟର ଦୀର୍ଘ ୧୯ବର୍ଷର ବି.ଜେ.ଡି ସରକାର ଜନସାଧାରଣଙ୍କ ମୌଳିକ ସମସ୍ୟା ସମାଧାନ ଦିଗରେ ବିଫଳ ହୋଇଛି ବୋଲି ସମତା କ୍ରାନ୍ତି ଦଳ କହିଛି । ରାଜ୍ୟରେ ଉକ ବେକାରୀ ସମସ୍ୟା, ଚାଷୀ ଆତ୍ମହତ୍ୟା, ଶ୍ରମିକମାନଙ୍କୁ ଉପଯୁକ୍ତ ମଜୁରୀରୁ ବଂଚିତ , ମହେନ୍ଦ୍ର ତନୟା ନଦୀ, ବଂଶଧାରା ,ପୋଲଭରମ ଓ ମହାନଦୀ ଓ ବ୍ରାହ୍ମଣୀ ନଦୀ ଜଳ ସମସ୍ୟାରେ ମଧ୍ୟ ରାଜ୍ୟ ସରକାର ବିଫଳ ହୋଇଛି ବୋଲି ସମତା କ୍ରାନ୍ତି ଦଳର ମୁଖ୍ୟ ବ୍ରଜ କିଶୋର ତ୍ରିପାଠୀ କହିଛନ୍ତି । ତାଙ୍କ କହିବା ଅନୁସାରେ ରାଜ୍ୟରେ ଆଇନ ଶୃଂଖଳାର ଚରମ ବିପର୍ୟ୍ୟୟ , କୁନ୍ଦୁଲି ଆଦିବାସୀ, ଝିଅ ଗଣବଳକ୍ତାର ଶୀକାର ଓ ନ୍ୟାୟ ପାଇବାରୁ ବଂଚିତ ହୋଇ ଆତ୍ମହତ୍ୟା କରିବା ,ଶିକ୍ଷୟତ୍ରି ଇତିଶୀ ଘଟଣା ରାଜ୍ୟ ପ୍ରଶାସନର ନଗ୍ନତାକୁ ପଦାରେ ପକେଇ ଦେଇଛି, ରାଜ୍ୟରେ ନାରୀ ନିର୍ୟ୍ୟାତନା ,ଦଳିତ ଓ ଅଦିବାସୀ, ସଂଖ୍ୟାଲଘୁ, ପଷୁଆ ବର୍ଗ ଓ ଦୁର୍ବଳ ଶ୍ରେଣୀମାନଙ୍କ ଉପରେ ଅବାରିତ ଅତ୍ୟାଚାର ଦ୍ୱାରାଅତିଷ୍ଠ ଜନସାଧାରଣ ରାଜ୍ୟ ସରକାରଙ୍କ ଉପରେ ଆସା ହରାଇ ସାରିଲେଣି ।

LEAVE A REPLY

Please enter your comment!
Please enter your name here