ଅଦାଲତ ଅବମାନନା ମାମଲାରେ ସିବିଆଇ ପୂର୍ବତନ ଅନ୍ତରୀଣ ନିର୍ଦ୍ଦେଶକ ନାଗେଶ୍ୱର ରାଓଙ୍କୁ ୧ ଲକ୍ଷ ଟଙ୍କା ଜରିମାନା ଦଣ୍ଡାଦେଶ କରାଯାଇଛି। ଏହା ସହିତ ସେ ଦିନସାରା କୋର୍ଟର ଗୋଟିଏ କୋଣରେ ବସି ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ମଙ୍ଗଳବାର ସୁପ୍ରିମ୍‌କୋର୍ଟ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ ନାଗେଶ୍ୱରଙ୍କ କ୍ଷମାପତ୍ର ନାମଞ୍ଜୁର କରିବା ସହିତ ଏହି ଦଣ୍ଡାଦେଶ କରିଛନ୍ତି । ବିହାର ମୁଜାଫରପୁର ସେଲ୍ଟର ହୋମ୍‌ ଯୌନ କେଳେଙ୍କାରୀ  ତଦନ୍ତର ଅନୁଧ୍ୟାନ କରୁଥିବା ସିବିଆଇର ଯୁଗ୍ମ ନିର୍ଦ୍ଦେଶକ ଏକେ ଶର୍ମାଙ୍କୁ ନାଗେଶ୍ବର ବଦଳି କରିଦେଇଥିଲେ. ଯଦିଓ ତଦନ୍ତ ଶେଷ ନହେବା ଯାଏ ଶର୍ମାଙ୍କୁ ବଦଳି କରାଯାଇପାରିବନି ବୋଲି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ.

LEAVE A REPLY

Please enter your comment!
Please enter your name here