ସମାଜସେବୀ ଆନ୍ନା ହଜାରେ ମହାରାଷ୍ଟ୍ରସ୍ଥିତ ନିଜ ଗାଁ ରାଲେଗଣ ସିଦ୍ଧିରେ ଅନଶନରେ ବସିଛନ୍ତି. କେନ୍ଦ୍ରରେ ଲୋକପାଳ ଏବଂ ରାଜ୍ୟରେ ଲୋକାୟୁକ୍ତ ଗଠନ ଦାବିରେ ସେ ଏହି ଅନଶନରେ ବସିଥିବା ସୂଚନା ମିଳିଛି. ପୂର୍ବ ବର୍ଷ ଆନ୍ନା ହଜାରେ ଏହି ଅନଶନ ପାଇଁ ଘୋଷଣା କଲା ବେଳେ ବିଜେପିର କେନ୍ଦ୍ର ସରକାର ଉପରେ ଭରସା କରିବା ଭୁଲ ବୋଲି କହିଥିଲେ. ବୁଧବାର ଏହି ଅନଶନ ନେଇ ଆନ୍ନା 28 ଜାନୁୟାରୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପତ୍ର ଲେଖିଥିଲେ. ଏହା ଭିତରେ 9 ମାସ ବିତିଯାଇଥିଲେ ମଧ୍ୟ ତାଙ୍କର ଦାବି ପୂରା ହୋଇନଥିବା ସେ କହିଛନ୍ତି. ଲୋକପାଳ ଅଧିନିୟମ ପାରିତ ହେବା 5 ବର୍ଷ ହୋଇଗଲାଣି. ତଥାପି ମୋଦି ସରକାର ଲୋକପାଳ ନିଯୁକ୍ତି କରିନାହାନ୍ତି.












