ଆଜି ପବିତ୍ର ହେରା ପଞ୍ଚମୀ । ବିଧି ପରମ୍ପରା ଅନୁସାରେ , ଆଡପ ମଣ୍ଡପରେ ବିରାଜିତ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ମହାଲକ୍ଷ୍ମୀ ଶ୍ରୀଗୁଣ୍ଡିଚା ମନ୍ଦିରକୁ ବିଜେ କରିବେ । ରୁକ୍ମିଣୀ ହରଣ ଏକାଦଶୀ ଦିନ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ସହିତ ମହାଲକ୍ଷ୍ମୀଙ୍କର ବିବାହ ଯଥାବିଧି ଆଧାରରେ ସମ୍ପନ୍ନ ହୋଇଥିଲା । ଗଇଁଣ୍ଠାଳ ପିଠି ନଥିବାବେଳେ ମହାପ୍ରଭୁ ଅସୁସ୍ଥ ହୋଇ ଅଣସର ପିଣ୍ଡିରେ ଚିକିତ୍ସିତ ହେଉଥିଲେ । ସୁସ୍ଥ ହେବା ପରେ ବଡ ଭାଇ ଓ ଭଉଣୀଙ୍କୁ ସାଙ୍ଗରେ ନେଇ ଜନ୍ମବେଦୀକୁ ଯାତ୍ରା କରରିଛନ୍ତି ମହାପ୍ରଭୁ । ଦୀର୍ଘଦିନ ଧରି ମହାବାହୁଙ୍କ ସହ ମହାଲକ୍ଷ୍ମୀଙ୍କର ସାକ୍ଷାତ ହୋଇନାହିଁ । ହେରା ପଞ୍ଚମୀ ଦିନ ମହାପ୍ରଭୁଙ୍କୁ ଦର୍ଶନ ପାଇଁ ଶ୍ରୀଗୁଣ୍ଡିଚା ଅଭିମୁଖେ ଯାତ୍ରା କରିବେ ମହାଲକ୍ଷ୍ମୀ । ସଂଧ୍ୟା ଆଳତୀ ପରେ ବିମାନ ପଟୁଆରରେ ମହାଲକ୍ଷ୍ମୀ ଶ୍ରୀମନ୍ଦିରରୁ ବାହାରି ଗୁଣ୍ଡିଚା ମନ୍ଦିର ଅଭିମୁଖେ ଆସିବେ । ନନ୍ଦିଘୋଷ ରଥ ନିକଟରେ ମହାଲକ୍ଷ୍ମୀ ପହଁଞ୍ଚିବା ପରେ ବନ୍ଦାପନା କରାଯିବ । ତେବେ ସଂଧ୍ୟା ଧୂପ ଚାଲିଥିବାବେଳେ ଡେରା ପଡିବ । ଏହାପରେ ରାଗ ଜର୍ଜରିତ ହୋଇ ଅଭିମାନୀନି ଲକ୍ଷ୍ମୀ ନାକଚଣା ଦ୍ୱାରା ଦେଇ ପ୍ରସ୍ତାନ କରିବେ । ଏହାପରେ ମହାଲକ୍ଷ୍ମୀ ବଡଦାଣ୍ଡ ବାଟେ ନଫେରି ହେରାଗହିରୀ ସାହି ଦେଇ ଶ୍ରୀମନ୍ଦିର ଭିତରକୁ ପ୍ରସ୍ତାନ କରିବେ । ଆସିଲାବେଳେ ରଥରୁ ଖଣ୍ଡେ କାଠ ଭାଙ୍ଗିବାର ବିଧି ଓ ପରମ୍ପରା ରହିଛି ।

LEAVE A REPLY

Please enter your comment!
Please enter your name here