ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ଜୟନ୍ତି ଅବସରରେ ବିଜେଡି ଆରମ୍ଭ କରିଛି ‘ଘରେ ଘରେ ଶଙ୍ଖ’ ଅଭିଯାନ. ଆଗକୁ ନିର୍ବାଚନ ଥିବାରୁ ବିଜେଡି ଏହି ନୂଆ ଅଭିଯାନ ଆରମ୍ଭ କରିଛି. ଏହି ଅଭିଯାନ ମାଧ୍ୟମରେ ଲୋକମାନଙ୍କ ମତ ନେବ ବିଜେଡି ଏବଂ ତାକୁ ପାଳନ କରିବେ ନବୀନ ସରକାର. ଏ ନେଇ ପୂର୍ବରୁ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଥିଲା. ଏହି ଅଭିଯାନରେ ଦଳର ସଦସ୍ୟ ଓ ମହିଳା ସାମିଲ ରହିବେ ଏବଂ ଘର ଘର ବୁଲି ଲୋକଙ୍କୁ ନବୀନ ସରକାରଙ୍କ ସଫଳତା ବିଷୟରେ ଅବଗତ କରାଇବେ ଏବଂ ସେମାନେ ନବୀନ ସରକାରଙ୍କ ଠାରୁ ଆଉ କଣ ଆଶା କରୁଛନ୍ତି  ସେ ବିଷୟରେ ମଧ୍ୟ ନିଜ ମତାମତ ଦେଇପାରିବେ. ଲୋକଙ୍କ ମତ ନେଇ ନବୀନ କାର୍ଯ୍ୟ କରିବେ. ଏହି ଅଭିଯାନ ଆଜିଠୁ ଆରମ୍ଭ ହୋଇ ଆସନ୍ତା 20 ତାରିଖ ପର୍ଯ୍ୟନ୍ତ ଚାଲିବ. ଏହି ଅଭିଯାନକୁ ସଫଳ କରାଇବା ପାଇଁ ନବୀନ ରାଜ୍ୟର ସମସ୍ତ ସାଂସଦ, ବିଧାୟକ, ବରିଷ୍ଠ ନେତାଙ୍କୁ ଲିଖିତ ନିର୍ଦ୍ଦେଶ ଦେଇଛନ୍ତି.

LEAVE A REPLY

Please enter your comment!
Please enter your name here