ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀ ଅବସରରେ ଆୟୋଜିତ ହୋଇଥିଲା ମିନି ମାରାଥନ. ଯେଉଁଥିରେ ବହୁ ବିଶିଷ୍ଟ ବ୍ୟକ୍ତି ସାମିଲ ହୋଇଥିଲେ ଏବଂ ବିଜୁ ବାବୁଙ୍କ ସାହସିକତା ବଖାଣିଥିଲେ. ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମିନି ମାରାଥନ ଆୟୋଜିତ ହୋଇଥିଲା. ଶହ ଶହ ସଂଖ୍ୟାରେ ଏଥିରେ ପ୍ରତିଯୋଗୀମାନେ ଭାଗ ନେଇଥିଲେ. ମାରାଥନ ବିଜୁ ପଟ୍ଟନାୟକ ପାର୍କରୁ ବାହାରି ଶିଶୁ ଭବନ ଛକ, ରାଜମହଲ ଓ ପାୱାର ହାଉସ ଦେଇ କଳିଙ୍ଗ ଷ୍ଟାଡିୟମ ପର୍ଯ୍ୟନ୍ତ ଯାଇଥିଲା. ପରେ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା.

LEAVE A REPLY

Please enter your comment!
Please enter your name here