ଜାନୁୟାରୀ 26 ଗଣତନ୍ତ୍ର ଦିବସରେ ଜଣେ ଓଡିଆ ଯବାନ ହେମନ୍ତ ପଣ୍ଡାଙ୍କ ମୃତ୍ୟୁ ହୋଇଛି. ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଅନ୍ତର୍ଗତ ଅଠରାଙ୍ଗ ଗାଁର ହେଉଛନ୍ତି ମୃତ ହେମନ୍ତ ପଣ୍ଡା. ଦୁଇ ବର୍ଷ ହେବ ସେ ଭାରତୀୟ ସେନାରେ ଯୋଗ ଦେଇଥିଲେ. ମିଳିଥିବା ସୂଚନା ଅନୁସାରେ, ଜମ୍ମୁ କଶ୍ମୀରରେ ହେମନ୍ତଙ୍କୁ ମୁତୟନ କରାଯାଇଥିଲା. ମାତ୍ର ଆତଙ୍କବାଦୀଙ୍କ ଗୁଳିମାଡ ଯୋଗୁଁ ସେ ଚିକିତ୍ସାଧୀନ ଥିଲେ. ଗତକାଲି ତାଙ୍କର ପରଲୋକ ହୋଇଛି. ରବିବାର ତାଙ୍କର ମୃତ ଶରୀର ନିଜ ଗାଁରେ ପହଞ୍ଚିବ. ପ୍ରକୃତରେ କେଉଁ କାରଣ ପାଇଁ ତାଙ୍କର ମୃତ୍ୟୁ ଘଟିଲା ତାହା ଏ ଯାଏଁ ସ୍ପଷ୍ଟ ହୋଇନାହିଁ.

LEAVE A REPLY

Please enter your comment!
Please enter your name here