ପୁରୁଣା ବର୍ଷକୁ ବିଦାୟ ଦେଇ ପୁଣି ଆଗମନ ହୋଇଛି ନୂଆ ବର୍ଷ 2019. 2018 ବିଦାୟ ନେଇଥିବା ବେଳେ 2019 ମସିହାକୁ ଜୋରଦାର୍ ସ୍ୱାଗତ କରିଛନ୍ତି ସାରାଦେଶ. ସମସ୍ତ ରାଗରୁଷ ଭୁଲି ପୁଣି ହାତ ସହ ହାତ ମିଶାଇ ଆଗକୁ ବଢିବା ପାଇଁ ସଂକଳ୍ପ ନେଇଛି ସାରା ଦେଶ. ଜିରୋ ନାଇଟ ଆୱାରକୁ କିଏ ହୋଟେଲରେ ସେଲିବ୍ରେଟ କରିଥିଲେ, ତ ଆଉ କିଏ ପୁରୀ ଯାଇ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରି 2019 ବର୍ଷର ପ୍ରଥମ ସୂର୍ଯ୍ୟ ଉଦୟକୁ ଦେଖିବାକୁ ଚାହୁଁଥିଲେ. ଜିରୋ ନାଇଟ ସେଲିବ୍ରେସନ ପାଇଁ ଭୁବନେଶ୍ୱରର ବିଭିନ୍ନ ତାରକା ହୋଟେଲରେ ସ୍ୱତନ୍ତ୍ର ଆୟୋଜନ କରାଯାଇଥିଲା. ରଙ୍ଗ ବେରଙ୍ଗ ଆଲୋକ ସାଙ୍ଗକୁ ଡିଜେ ଧୂନ୍ ରେ କମ୍ପି ଉଠିଥିଲା ସାରା ହୋଟେଲ. ଅନ୍ୟପଟେ ନବବର୍ଷରେ ସୂର୍ଯ୍ୟ ଦେବତାଙ୍କ ପହିଲି କିରଣ ଦେଖିବା ପାଇଁ କୋଣାର୍କ ବେଳାଭୂମି ସମେତ ପୁରୀ ଶ୍ରୀମନ୍ଦିରରେ ମଧ୍ୟ ଭକ୍ତଙ୍କ ଗହଳି ଦେଖିବାକୁ ମିଳିଥିଲା. ଭକ୍ତମାନେ ଶ୍ରୀଜିଉଙ୍କୁ ଦର୍ଶନ କରି 2019 ବର୍ଷ ସମସ୍ତଙ୍କ ପାଇଁ ମଙ୍ଗଳମୟ ହେଉ ବୋଲି ଶୁଭକାମନା ମନାସିଥିଲେ. ଅନ୍ୟପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ସାରା ଓଡିଶାବାସୀଙ୍କୁ 2019 ବର୍ଷର ଶୁମକାମନା ଜଣାଇଛନ୍ତି ଏବଂ ଏହି ବର୍ଷଟି ସମସ୍ତଙ୍କ ପାଇଁ ଖୁସିମୟ ହେଉ ବୋଲି ସେ ବାର୍ତ୍ତା ଦେଇଛନ୍ତି.

 

 

LEAVE A REPLY

Please enter your comment!
Please enter your name here