ଜମ୍ମୁ-କଶ୍ମୀର ପୁଲୱାମାରେ ସହୀଦ ହୋଇଥିବା ଯବାନମାନଙ୍କ ଆତ୍ମାର ସଦଗତି କାମନା କରିଛନ୍ତି ମାଲକାନଗିରିବାସୀ. ଏ ନେଇ ବାଲିମେଳା ନଗର କମିଟି, ସମସ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀ, ଗଣମାଧ୍ୟମ ଓ ପ୍ରଶାସନିକ ତରଫରୁ ସହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଦିଆଯାଇଛି. ଆତଙ୍କବାଦୀଙ୍କ ଏଭଳି ବର୍ବର କାଣ୍ଡକୁ ଦୃଢ ନିନ୍ଦା କରିବା ସହ ସେମାନଙ୍କୁ ଉଚିତ ଜବାବ ମିଳିବ ବୋଲି ମଧ୍ୟ କୁହାଯାଇଛି. ସହୀଦ ଯବାନଙ୍କ ଆତ୍ମାର ଶାନ୍ତି ପାଇଁ ନିରବ ପ୍ରାର୍ଥନା ସହ କ୍ୟାଣ୍ଡେଲ ଶୋଭାଯାତ୍ରା କରାଯାଇଥିଲା. ଗୋପିପୂଜାରୀ କ୍ଲବଠାରୁ ଏହି ଶୋଭାଯାତ୍ରା ବାହାରି କାଳୀ ଛକ ଓ ଦୈନିକ ବଜାର ଦେଇ ନଗର ପରିକ୍ରମା କରିଥିଲା. ଏଥିରେ ବାଲିମେଲାର ଅନେକ ଲୋକ ସାମିଲ ହୋଇଥିଲେ. ଏଭଳି କାଣ୍ଡ ପାଇଁ ପାକିସ୍ତାନକୁ ଦୃଢ ଜବାବ ଦିଆଯାଉ ଓ ଆତଙ୍କବାଦୀ ସଂଗଠନକୁ ପୃଥିବୀରୁ ସଂପୂର୍ଣ୍ଣଭାବେ ନିପାତ କରାଯାଉ ବୋଲି ମଧ୍ୟ ସେମାନେ କହିଥିଲେ.

 

LEAVE A REPLY

Please enter your comment!
Please enter your name here