ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ତଥା ମାଇଣ୍ଡଟ୍ରିର ସହ-ସଂସ୍ଥାପକ ସୁବ୍ରତ ବାଗଚି ରବିବାର ନିଜ ପଦରୁ ଇସ୍ତଫା ଦେଇଛନ୍ତି. ତାଙ୍କ ଦ୍ୱାରା ସ୍ଥାପିତ ହୋଇଥିବା ଆଇଟି କମ୍ପାନୀକୁ ଶତ୍ରୁତାପୂର୍ଣ୍ଣ ଅଧିଗ୍ରହଣରୁ ରକ୍ଷା କରିବା ପାଇଁ ସେ ଇସ୍ତଫା ଦେଇଥିବା ସୂଚନା ମିଳିଛି. ମାଇଣ୍ଡଟ୍ରିର ଏଭଳି ଜଟିଳ ପରିସ୍ଥିତି ତାଙ୍କୁ ଓଏସଡିଏ ପଦରୁ ଇସ୍ତଫା ଦେବା ପାଇଁ ବାଧ୍ୟ କରିଥିବା ସେ ପ୍ରକାଶ କରିଛନ୍ତି. ରବିବାର ବାଗଚି ନିଜ ଇସ୍ତଫା ପତ୍ର ଦେଇଥିବା ବେଳେ ମାଇଣ୍ଡଟ୍ରିକୁ ରକ୍ଷା କରିବା ନିମନ୍ତେ ସେ ବେଙ୍ଗାଲୁରୁ ଫେରିଯିବେ ବୋଲି କହିଛନ୍ତି. ଏଠାରେ ଉଲ୍ଲେଖଯୋଗ୍ୟ ଯେ, 2016 ମସିହା ମେ 1 ତାରିଖରେ ବାଗଚିଙ୍କୁ ଓଏସଡିଏର ଅଧ୍ୟକ୍ଷ ପଦରେ ନିଯୁକ୍ତି ଦେଇଥିଲେ ରାଜ୍ୟ ସରକାର.

LEAVE A REPLY

Please enter your comment!
Please enter your name here