ଦୀର୍ଘଦିନ ଧରି ପାନକ୍ରିୟାଟିକ ରୋଗରେ ପୀଡିତ ହୋଇ ଗତକାଲି ଚିରନିଦ୍ରାରେ ଶୋଇଯାଇଛନ୍ତି ଗୋଆ ମୁଖ୍ୟମନ୍ତ୍ରୀ ତଥା ଦେଶର ପୂର୍ବତନ ରକ୍ଷାମନ୍ତ୍ରୀ ମନୋହର ପାରିକର. 63 ବର୍ଷ ବୟସରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିବା ବେଳେ ତାଙ୍କ ବିୟୋଗରେ ଗୋଆରେ ଶୋକର ଛାୟା ଖେଳିଯାଇଛି. ସୋମବାର ସନ୍ଧ୍ୟାରେ ପାରିକରଙ୍କ ଶେଷକୃତ୍ୟ ସଂପନ୍ନ ହେବ. ତେବେ ଏହାପୂର୍ବରୁ ତାଙ୍କର ଅନ୍ତିମ ଦର୍ଶନ ପାଇଁ ପାଣାଜିସ୍ଥିତ ବାସଭବନରେ ନେତା, ମନ୍ତ୍ରୀ ଓ ଶୁଭେଚ୍ଛକଙ୍କ ଭିଡ ଦେଖିବାକୁ ମିଳିଛି. ସଂପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ପାରିକରଙ୍କୁ ବିଦାୟ ଦିଆଯିବ. ଅପରାହ୍ନ 4ଟାରୁ ପାରିକରଙ୍କ ଶେଷକୃତ୍ୟ ନିମନ୍ତେ ସମସ୍ତ ପ୍ରକ୍ରିୟା ଆରମ୍ଭ ହେବ. ପରେ ସନ୍ଧ୍ୟା 5ଟାରେ କାମ୍ପାଲର ଏସ୍‌ଏଜି ଗ୍ରାଉଣ୍ଡରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ପାରିକରଙ୍କ ଅନ୍ତିମ ସଂସ୍କାର କରାଯିବ ବୋଲି ସୂଚନା ମିଳିଛି. ଅନ୍ୟପଟେ ଏହି ଖବର ପ୍ରକାଶ ପାଇବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିବା ସହ ପାରିକରଙ୍କ ପରିବାରକୁ ସମବେଦନା ଜ୍ଞାପନ କରିଛନ୍ତି.

LEAVE A REPLY

Please enter your comment!
Please enter your name here