କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଅସୁସ୍ଥ ହୋଇପଡିଛନ୍ତି । ତାଙ୍କୁ ଦିଲ୍ଲୀସ୍ଥିତ ସାର୍ ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ପେଟରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ହସ୍ପିଟାଲ ସ୍ଥାନାନ୍ତର କରାଯିବା କଥା ବିଶେଷ ସୁତ୍ରରୁ ଜଣାପଡିଛି । ସୂଚନାଅନୁଯାୟୀ ପୁଅ ରାହୁଲ ଗାନ୍ଧୀ ଓ ଝିଅ ପ୍ରିୟଙ୍କା ଗାନ୍ଧୀ ବଦ୍ରା ହସ୍ପିଟାଲରେ ତାଙ୍କ ସହ ଉପସ୍ଥିତ ଅଛନ୍ତି । ଗତ କିଛି ବର୍ଷ ହେବ ତାଙ୍କର ସ୍ୱାସ୍ଥ୍ୟବସ୍ତା ଲଗାତାର ଖରାପ ରହୁଛି । ଲୋକସଭାରେ ସାଧାରଣ ବଜେଟ ଉପସ୍ଥାପନା ହେବାବେଳେ ମଧ୍ୟ ସେ ସଂସଦରେ ଅନୁପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here