ଆରମ୍ଭ ହେଲା କର୍ପୋରେଟ ସେକ୍ଟରରେ କୋଭିଡ ଟିକାକରଣ । ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭୁବନେଶ୍ୱର ଆଇଓସିଏଲ କାର୍ଯ୍ୟାଳୟ ପରିସରରେ ଏହି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଛନ୍ତି । ଆପୋଲୋ ହସ୍ପିଟାଲ ସହାୟତାରେ ଭୁବନେଶ୍ୱର ଆଇଓସିଏଲର ସମସ୍ତ କର୍ମଚାରୀ ଏବଂ ତାଙ୍କ ପରିବାର ଲୋକଙ୍କୁ କୋଭିସିଲ୍ଡ ଟିକା ଦିଆଯାଉଛି । କେନ୍ଦ୍ରମନ୍ତ୍ରୀଙ୍କ ସୂଚନା ଅନୁସାରେ, କେନ୍ଦ୍ର ସରକାର ରାଜ୍ୟକୁ ୫୦ ପ୍ରତିଶତ ମାଗଣା ଟିକା ଯୋଗାଇ ଦେବେ । ବାକି ୫୦ ପ୍ରତିଶତରୁ ୨୫ ପ୍ରତିଶତ ରାଜ୍ୟ ସରକାର କମ୍ପାନୀ ମାନଙ୍କ ଠାରୁ କ୍ରୟ କରିବ । ଏବଂ ବଳକା ୨୫ ପ୍ରତିଶତ କର୍ପୋରେଟ ସେକ୍ଟର କ୍ରୟ କରି କର୍ମଚାରୀ ଏବଂ ତାଙ୍କ ପରିବାର ଲୋକଙ୍କୁ ଦେବେ । । ଏହାକୁ ପ୍ରଥମେ ଆଇଓସିଏଲ ଆରମ୍ଭ କରିଛି । ଆଗାମୀ ଦିନରେ ଅନ୍ୟ କର୍ପୋରେଟ ସେକ୍ଟର ମଧ୍ୟ ରାଜ୍ୟର ବିଭିନ୍ନ ହସ୍ପିଟାଲର ସହାୟତା ନେଇ ଏହି ଟିକାକରଣ କରିବେ

LEAVE A REPLY

Please enter your comment!
Please enter your name here