କାଳୀ ଫିଲ୍ମର ପୋଷ୍ଟରକୁ ନେଇ ତେଜିଲା ବିବାଦ । ଫିଲ୍ମର ପୋଷ୍ଟରକୁ ଇଣ୍ଡିଆନ ଫିଲ୍ମମେକର ଲୀନା ମାଣିମେକଲାଇ ୨ ଜୁଲାଇରେ ରିଲିଜ୍ କରିଛନ୍ତି । ଫିଲ୍ମର ପୋଷ୍ଟରରେ ମା କାଳୀ ସିଗାରେଟ ପିଉଥିବାର ଦେଖିବାକୁ ମିଳିଛି । ଖାଲି ଏତିକି ନୁହେଁ କାଳୀଙ୍କ ଗୋଟିଏ ହାତରେ ତ୍ରୀଶୁଳ ଥିବାବେଳେ ଅନ୍ୟ ହାତରେ ଏଲଜିବିଟି ସମୂଦାୟର ସାତରଙ୍ଗ ଖଣ୍ଡା ଦେଖିବାକୁ ମିଳିଛି । ଯାହାକୁ ନେଇ ବିବାଦ ଏବେ ଥାନାରେ । ଦିଲ୍ଲୀର ଜଣେ ଆଇନଜୀବି ଥାନାରେ ମାମଲା ରୁଜୁ କରିଛନ୍ତି । ଏବଂ ତୁରନ୍ତ ନିର୍ଦ୍ଦେଶକ ଲୀନା ମାଣିମେକଲାଇଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି । ଡକ୍ୟୁମେଣ୍ଟାରୀ ଫିଲ୍ମ ପାଇଁ ନିର୍ଦ୍ଦେଶକ କାଳୀଙ୍କ ଫଟୋକୁ ଯେଉଁଭଳି ବିକୃତ କରିଛନ୍ତି ,ତାର ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ସାଧାରଣ ଜନତା କହିଛନ୍ତି ।

LEAVE A REPLY

Please enter your comment!
Please enter your name here