କୂଅ ଭିତରେ ଭାଲୁ. ବାଲେଶ୍ୱର ଜିଲ୍ଲା ନୀଳଗିରି ଜାମୁଡିହା ଗାଁରେ ଏକ ଭାଲୁ କୂଅ ଭିତରେ ପଡିଯାଇଥିବା ଦୃଶ୍ୟ ସାମ୍ନାକୁ ଆସିଛି. ଖବର ଅନୁସାରେ, ରବିବାର ସକାଳ ସମୟରେ ଭାଲୁଟି ଖାଦ୍ୟ ଅନ୍ୱେଷଣରେ ଗାଁ ଭିତରକୁ ପଶିଥିଲା. ମାତ୍ର ଭୁଲବଶତଃ କୂଅ ଭିତରକୁ ପଡିଯାଇଥିଲା. ପରେ ଗାଁ ଲୋକେ ଏହା ଦେଖିବା ପରେ ବନ ବିଭାଗକୁ ଖବର ଦେଇଥିଲେ. ପରବର୍ତ୍ତୀ ସମୟରେ ଅଗ୍ନିଶମ ବାହିନୀ ଓ ବନ ବିଭାଗ ଭାଲୁଟିକୁ ଉଦ୍ଧାର କରିଥିଲେ. ପ୍ରାୟ 4 ଘଣ୍ଟା ପର୍ଯ୍ୟନ୍ତ ଚେଷ୍ଟା କରିବା ପରେ ଶେଷରେ ଭାଲୁଟିକୁ ଉଦ୍ଧାର କରାଯାଇଥିଲା. ପରେ କୁଳଢିଆ ଅଭୟାରଣ୍ୟରେ ଛାଡି ଦିଆଯାଇଛି.

LEAVE A REPLY

Please enter your comment!
Please enter your name here