ଲୋକସଭାରେ ପାରିତ ହେଲା ଐତିହାସିକ ମହିଳା ସଂରକ୍ଷଣ ବିଲ୍ । ସାତଘଣ୍ଟାର ବିତର୍କ ପରେ ବହୁ ମତରେ ବିଲ୍ ପାରିତ ହୋଇଛି । ବିଲ୍ ସପକ୍ଷରେ 454ଟି ଭୋଟ ପଡିଥିବା ବେଳେ ବିପକ୍ଷରେ ଦୁଇଟି ଭୋଟ୍ ପଡିଛି । ନାରୀ ଶକ୍ତି ବନ୍ଦନ ଅଧିନିୟମ ନାଁରେ ପାରିତ ହୋଇଥିବା ଏହି ମହିଳା ସଂରକ୍ଷଣ ବିଲକୁ ପାରିତ କରିବା ପାଇଁ ଗତ ତିନି ଦଶନ୍ଧି ଧରି ଉଦ୍ୟମ ହେଉଥିଲେ ହେଁ ପାରିତ ହୋଇପାରି ନ ଥିଲା । ପୂର୍ବରୁ ଗୋଟିଏ ଥର ରାଜ୍ୟସଭାରେ ପାରିତ ହୋଇଥିଲେ ହେଁ ଲୋକସଭାରେ ସଂଖ୍ୟାଗରିଷ୍ଠ ସମର୍ଥନ ମିଳି ନଥିଲା । ଏହି ବିଲ୍ ରେ ଥିବା ବ୍ୟବସ୍ଥା ଅନୁଯାୟୀ ସବୁ ରାଜ୍ୟ ବିଧାନସଭା, ଦିଲ୍ଲୀ ବିଧାନସଭା ଏବଂ ଲୋକସଭାରେ 33 ପ୍ରତିଶତ ଆସନ ମହିଳାଙ୍କ ପାଇଁ ସଂରକ୍ଷିତ ରହିବ । ଗତକାଲି ଲୋକସଭାରେ ଆଇନମନ୍ତ୍ରୀ ଏହି ବିଲ୍ ଆଗତ କରିଥିଲେ । ତେବେ ଏହି ସଂରକ୍ଷଣ ବିଲ୍ ପାରିତ ହେବା ପରେ ଏହାକୁ କାର୍ଯ୍ୟକାରୀ କରିବା ପାଇଁ 2029 ନିର୍ବାଚନ ଯାଏଁ ଅପେକ୍ଷା କରିବାକୁ ହେବ ବୋଲି କୁହାଯାଉଛି ।

LEAVE A REPLY

Please enter your comment!
Please enter your name here