ରାୟଗଡା ସହରରେ ଦିନକୁ ଦିନ ଚୋରୀ ,ଡକାୟତି ,ହତ୍ୟା ଘଟଣା ବଢିବାରେ ଲାଗିଛି । ପେଟ୍ରୋଲିଂକୁ ଜୋରଦାର କରିବା ପାଇଁ ୩ଟି ପେଟ୍ରୋଲିଂ ବାଇକ୍ ଉନ୍ମଚନ କରାଯାଇଛି ।  ଏସପି ଶ୍ରବଣ ବିବେକ ଏମ ହେଲ୍ପ ଲାଇନ ନମ୍ବର ମଧ୍ୟ ଜାରି କରିଛନ୍ତି । ନମ୍ବରଟି ହେଲା ୯୩୪୮୨୪୬୪୬୦ । ଏଅସୁବିଧା ସମୟରେ ଏହି ନମ୍ବରରେ ଯୋଗାଯୋଗ କଲେ ପୋଲିସଠାରୁ ସମସ୍ତ ସାହାର୍ଯ୍ୟ ସହଯୋଗ ଯୋଗାଇ ଦିଆଯିବ ବୋଲି ଏସପି କହିଛନ୍ତି । ପୋଲିସର ଏଭଳି ପଦକ୍ଷେପକୁ ବିଭିନ୍ନ ମହଲରେ ପ୍ରସଂଶା କରାଯାଇଛି  । ଏହି ବାଇକ୍ ମାଧ୍ୟମରେ ସହରର ୨୪ ଘଣ୍ଟା ପେଟ୍ରୋଲିଂ କରାଯିବ । ସହରରେ ଅପରାଧ,ଚୋରୀ,ଡକାୟତି,ହତ୍ୟାକୁ ରୋକିବା ନେଇ ପୋଲିସ ବଡ ପଦକ୍ଷେପ ନେଇଛି ।

LEAVE A REPLY

Please enter your comment!
Please enter your name here