ଓଡିଶାରେ ଧିରେ ଧିରେ ସଟ୍ ଫିଲ୍ମର କ୍ରେଜ୍ ଦେଖିବାକୁ ମିଳୁଛି । ଆଉ ଲୋକେ ସିନେମାହଲ୍ ନୁହେଁ, ଘରେ ବସି ମୋବାଇଲରେ ସଟ୍ ଫିଲ୍ମ ଦେଖିବାକୁ ପସନ୍ଦ କରୁଛନ୍ତି । ଲୋକଙ୍କ ରୁଚିକୁ ନଜରରେ ରଖି ଯୁବ ଫିଲ୍ମ ମେକରମାନେ ସର୍ଟ ଫିଲ୍ମ ତିଆରି କରିବାରେ ଲାଗିଛନ୍ତି । ଅଗଷ୍ଟ ୧୫ ରେ ରିଲିଜ ହୋଇଛି ଭିକି ବିଶ୍ବଜିତଙ୍କ ସର୍ଟଫିଲ୍ମ ଦ ମର୍ଡରର- ଦୋଷୀକିଏ? । କ୍ରାଇମ , ଥ୍ରୀଲର ଏବଂ ଆଜିକାଲିର ଯୁବପୀଢିଙ୍କ ଉପରେ ଆଧାରିତ ହୋଇଛି ଏହି ଫିଲ୍ମଟି । ଭିକି ବିଶ୍ବଜିତଙ୍କ ପ୍ରଯୋଜିତ ଓ ପ୍ରସନ୍ନ ସାହୁଙ୍କ ନିର୍ଦ୍ଦେଶିତ ଏହି ସଟ୍ ଫିଲ୍ମରେ ପ୍ରମୂଖ ଭୂମିକାରେ ନଜର ଆସିଛନ୍ତି ଭୀକାରୀସ୍ୱାଇଁ, ଜୋସ୍ନାମୟୀଶର୍ମା, ଭିକିବିଶ୍ୱଜିତ୍‌, ରାହୁଲ , ଦେବ , ସ୍ୱେତା, ସରୋଜୀନି ପ୍ରମୁଖ । ଦର୍ଶକଙ୍କ ମନୋରଂଜନ ପାଇଁ ଆଗକୁ ନୂଆ ସଟ୍ ଫିଲ୍ମ ତିଆରି କରିବାର ପରିକଳ୍ପନା କରିଛନ୍ତି ଏହି ଟିମ୍ ।

LEAVE A REPLY

Please enter your comment!
Please enter your name here