ଜନତା କର୍ଫ୍ୟୁ : ୩୭୦୦ ଟ୍ରେନ୍ ବାତିଲ, ଉଡାଣ ବନ୍ଦ କଲେ ଗୋ ଏୟାର ଓ ଇଣ୍ଡିଗୋ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଦିନ “ଜନତା କଫ୍ୟୁ” ପାଇଁ ଆହ୍ୱାନ ଦେଇଛନ୍ତି । ସେଦିନ ଘରୁ ନ ବାହାରିବା ପାଇଁ ନିବେଦନ କରିଛନ୍ତି । ଏହାକୁ ସବୁ ମହଲରେ ସମର୍ଥନ ମିଳିଛି । ଗୋ ଏୟାର ଓ ଇଣ୍ଡିଗୋ ମଧ୍ୟ ସ୍ୱେଚ୍ଛାକୃତ ଭାବେ ଏହାର ସମସ୍ତ ବାତିଲ କରିବାକୁ ଘୋଷଣା କରିଛନ୍ତି ବୋଲି ଏୟାରଲାଇନ୍ସ ପକ୍ଷରୁ ସୂଚନା ମିଳିଛି । ଇଣ୍ଡିଗୋ ରବିବାର “ଜନତା କଫ୍ୟୁ” ପାଇଁ କେବଳ ଆବଶ୍ୟକ ଯାତ୍ରା ପାଇଁ ୬୦ ପ୍ରତିଶତ ଘରୋଇ ବିମାନ ଚଳାଚଳ କରିବ । ସେହିପରି ଭିଷ୍ଟାରା ମଧ୍ୟ ଏହାର ଘରୋଇ ବିମାନ ବନ୍ଦ କରିବାକୁ ଘୋଷଣା କରିଛି ।

LEAVE A REPLY

Please enter your comment!
Please enter your name here