ଫୋକସରେ ଓଡିଶା । ନିର୍ବାଚନ ଯେତିକି ପାଖେଇ ପାଖେଇ ଆସୁଛି ଓଡିଶାକୁ ଜାତୀୟ ଦଳର ରାଜନେତାମାନେ ଘନ ଘନ ଗସ୍ତ କରୁଛନ୍ତି । ଦୀର୍ଘ ୧୯ ବର୍ଷ ଧରି କ୍ଷମତାରେ ଥିବା ନବୀନ ସରକାରଙ୍କୁ  ଘେରିବା ପାଇଁ ସମସ୍ତେ ପ୍ରୟାସ ଆରମ୍ଭ କରିଦେଇଛନ୍ତି । ପ୍ରଥମେ ପ୍ରଧାନମନ୍ତ୍ରୀ ୨୦ ଦିନ ମଧ୍ୟରେ ଲଗାତାର ତିନିଥର ଗସ୍ତ କରି ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିଥିଲେ । ତା’ପରେ ବିଜେପି ରାଷ୍ଟ୍ରିୟ ଅଧ୍ୟକ୍ଷ ଅମିତ ଶାହ ଦୁଇ ଥର ଓଡିଶା ଗସ୍ତରେ ଆସି ଦଳୀୟ କର୍ମୀଙ୍କୁ ଗୁରୁମନ୍ତ୍ର ଦେଇଥିଲେ । ଆସନ୍ତା ୧୫ରେ ସେ ପୁଣି ସମ୍ବଲପୁର ଗସ୍ତରେ ଆସୁଛନ୍ତି ।
ସେହିପରି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ୨୫ରେ ଓଡିଶା ଗସ୍ତରେ ଆସ ତମାଣ୍ଡୋରେ ଏକ ବିଶାଳ ସମାବେଶରେ ଯୋଗ ଦେଇଥିଲେ । ଆସନ୍ତାକାଲି ପୁଣି ଥରେ ଓଡିଶା ଗସ୍ତରେ ଆସୁଛନ୍ତି ରାହୁଲ । ଭବାନୀପାଟନା ଓ ରାଉରକେଲାରେ ସେ ଦୁଇଟି ଜନସଭାରେ ଉଦବୋଧନ ଦେବେ । ୯ ବର୍ଷ ପରେ ରାହୁଲ ଗାନ୍ଧି କେବିକେ ଅଞ୍ଚଳକୁ ଆସୁଥିବାରୁ କଂଗ୍ରେସ କର୍ମୀଙ୍କ ମହଲରେ ଉତ୍ସାହ ଦେଖିବାକୁ ମିଳିଛି । ଏହି ସମାବେଶରେ ପଶ୍ଚିମ ଓଡିଶାର ୯ଟି ଜିଲ୍ଲାର କଂଗ୍ରେସକର୍ମୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।
ଅନ୍ୟପଟେ ଓଡ଼ିଶା ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରି । ଭୁବନେଶ୍ୱରରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ନୀତିନ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ‘ମନ୍‌ କି ବାତ୍‌ ମୋଦି କି ସାଥ’ କାର୍ଯ୍ୟକ୍ରମରେ ଯୋଗଦେଇ ଗଡ଼କରି ଦଳୀୟ କର୍ମୀଙ୍କୁ ଉତ୍ସାହିତ କରିବେ.

LEAVE A REPLY

Please enter your comment!
Please enter your name here