ଲୋକସଭା ନିର୍ବାଚନ ପାଇଁ ଏବେ ସାରା ରାଜ୍ୟରେ ନିର୍ବାଚନ ତାତି ବଢିଲାଣି. ସମସ୍ତେ ନିଜ ନିଜ ଦଳକୁ ନେଇ ପ୍ରଚାର କରିବା ଆରମ୍ଭ ମଧ୍ୟ କରିଦେଲେଣି. ପ୍ରଚାର ପାଇଁ ବିଜେପି ବିଜୟ ସମାବେଶ ମଧ୍ୟ କରୁଛି. ତେବେ ମାର୍ଚ୍ଚ 28 ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ ପ୍ରଚାର ମଇଦାନକୁ ଓହ୍ଲାଉଛନ୍ତି. ଏହି ପରିପ୍ରେକ୍ଷୀରେ ବିଜେପି ଷ୍ଟାର ପ୍ରଚାରକଙ୍କ ତାଲିକା ଘୋଷଣା କରିଛି. ମାତ୍ର ଆଶ୍ଚର୍ଯ୍ୟର କଥା ହେଉଛି ଏଥିରେ ସଂସ୍ଥାପକ ଲାଲକୃଷ୍ଣ ଆଡଭାନୀ ଓ ମୁରଲୀ ମନୋହର ଯୋଶୀଙ୍କ ନାଁ ନଥିବା ଦେଖିବାକୁ ମିଳିଛି. ତେବେ ଏଠାରେ ଉଲ୍ଲେଖଯୋଗ୍ୟ, ଗାନ୍ଧୀନଗର ଆସନରୁ ଦଳ ଲାଲକୃଷ୍ଣଙ୍କ ନାଁ ପରିବର୍ତ୍ତେ ଅମିତ ଶାହାଙ୍କୁ ଆଶାୟୀ ପ୍ରାର୍ଥୀରୂପେ ଘୋଷଣା କରିଥିଲା. ଏହାଛଡା କାନପୁରରୁ ମୁରଲୀ ମନୋହରଙ୍କ ନାଁ ମଧ୍ୟ କଟିପାରେ ବୋଲି ସୂଚନା ମିଳିଛି. ମାତ୍ର ନିର୍ବାଚନ ଲଢିବେନି ବୋଲି ପ୍ରକାଶ କରିଥିବା କଲରାଜ ମିଶ୍ରା, ସୁଷମା ସ୍ୱରାଜ ଓ ଉମା ଭାରତୀଙ୍କ ନାମ ଏହି ତାଲିକାରେ ରହିଛି. ତେବେ ସମୁଦାୟ ରୂପରେ ଦେଖିବାକୁ ଗଲେ, ଷ୍ଟାର ପ୍ରଚାରକଙ୍କ ତାଲିକାରେ ନରେନ୍ଦ୍ର ମୋଦି, ଅମିତ ଶାହା, ରାଜନାଥ ସିଂହ, ଅରୁଣ ଜେଟଲୀ, ସୁଷମା ସ୍ୱରାଜ, ନୀତିନ ଗଡକରି, ଯୋଗୀ ଆଦିତ୍ୟନାଥ, ଉମା ଭାରତୀ, ହେମା ମାଳିନୀ, ଶିବରାଜ ସିଂହ ଚୌହାନ, ପୀୟୁଷ ଗୋୟଲ, ମନୋଜ ତିୱାରୀ, ଦିନେଶ ଶର୍ମା, କେଶବ ପ୍ରସାଦ ମୌର୍ଯ୍ୟଙ୍କ ନାଁ ସାମିଲ ରହିଛି.

LEAVE A REPLY

Please enter your comment!
Please enter your name here