ଲୋୟର ପିଏମଜିରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ହଜାର ହଜାର ଜିପିଏଲଏଫ ମହିଳା ସଂଘର ଦାବିକୁ ସରକାର ଗ୍ରହଣ କରିନେଇଛନ୍ତି ବୋଲି କୁହାଯାଉଛି । ସଂଘ ପକ୍ଷରୁ ସ୍ଥାୟୀ ନିଯୁକ୍ତି, ଭତ୍ତା ବୃଦ୍ଧି, ଗାଁକୁ ଗାଁ ବୁଲି କାର୍ଯ୍ୟ କରିବା ପାଇଁ ସ୍କୁଟର ଦେବା ଭଳି ଦଶ ଦଫା ଦାବି କରାଯାଇଥିଲା । ମିଶନ ଶକ୍ତି ସଚିବ ସୁଜାତା କାର୍ତ୍ତିକେୟନ ସଂଘର ପ୍ରତିନିଧି ଦଳ ସହ ଆଲୋଚନା କରିବା ପରେ କେତେକ ଦାବି ପୂରଣ ପାଇଁ ପ୍ରତିଶ୍ରୁତି ଦେଇଥିବା ନାରୀ ନେତ୍ରୀମାନେ କହିଛନ୍ତି । ବିନା ସୁଧରେ ସ୍କୁଟର କିଣିବା ପାଇଁ ସରକାର ଋଣ ପ୍ରଦାନ କରିବାକୁ ରାଜି ହୋଇଥିବା କହିଛନ୍ତି । ସେହିପରି କେନ୍ଦ୍ର ସରକାର ଦେଉଥିବା ଭତ୍ତା ବନ୍ଦ କରିଦେଇଥିବାରୁ ମିଶନ ଶକ୍ତିରେ କାର୍ଯ୍ୟ କରୁଥିବା ମହିଳାମାନଙ୍କୁ ଦିଆଯାଉଥିବା ଭତ୍ତା ବୃଦ୍ଧି ପାଇଁ ସଚିବ କିଛିଦିନ ସମୟ ମାଗିଥିବା ସଂଘ ପକ୍ଷୁ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here