ମାଓନେତା ସବ୍ୟସାଚୀ ପଣ୍ଡାଙ୍କୁ ଆଜୀବନ କାରାଦଣ୍ଡ । ପୂର୍ବରୁ ୫୨ଟି ମାମଲାରେ ଖଲାସ ହୋଇଥିଲେ ସବ୍ୟସାଚୀ । ୨୦୧୪ରେ ବଡବଜାର ଥାନା ଅନ୍ତର୍ଗତ ପେଟାସାହିରୁ ତାଙ୍କୁ ଗିରଫ କରାଯାଇଥିଲା । ସେହି ସମୟରେ ତାଙ୍କଠୁ ୨ ଲକ୍ଷ ସୁନା ଗହଣା ଜବତ ହୋଇଥିଲା । ଏହି ମାମଲାରେ ତାଙ୍କୁ ଏଡିଜେ କୋର୍ଟ ଆଜିବନ କାରାଦଣ୍ଡ ଦେଇଛନ୍ତି । ଏନେଇ ସରକାରୀ ଓକିଲ ଜ୍ଞାନେନ୍ଦ୍ର ଜେନା ସୂଚନା ଦେଇ କହିଛନ୍ତି,“ ଆଇପିସି ଧାରା ୧୨୧ ଅନୁସାରେ ଆଜୀବନ ସଜା ହୋଇଛି । ତେବେ ଏହି କାରାଦଣ୍ଡାଦେଶ ଉପରେ ଆମେ ଉପର କୋର୍ଟକୁ ଯିବୁ ବୋଲି କହିଛନ୍ତି ସବ୍ୟସାଚୀଙ୍କ ଓକିଲ। ବିଭିନ୍ନ ନକ୍ସଲ କାର୍ଯ୍ୟକଳାପରେ ସଂପୃକ୍ତ ଥିବା ସବ୍ୟସାଚୀ ୨୦୧୪ ଜୁଲାଇ ୧୭ ତାରିଖରେ ଗିରଫ ହୋଇଥିଲେ।

LEAVE A REPLY

Please enter your comment!
Please enter your name here