ପାକିସ୍ତାନକୁ ମହଙ୍ଗା ପଡିଲା ଭାରତ ସହ ଶତ୍ରୁତା । ପାକିସ୍ତାନରେ ଏବେ ଟମାଟୋ କିଲୋ ପ୍ରତି ଦର ୩୦୦ ଟଙ୍କା ହୋଇଛି । ଟମାଟୋର ମହଙ୍ଗା ମାଡରେ ପାକର ମୁହଁ ଲାଲ୍ ପଡିଛି । ଜମ୍ମୁ-କଶ୍ମୀରରୁ ଧାରା ୩୭୦ ହଟାଯିବା ପରେ ଭାରତ ସହ ସମସ୍ତ ବ୍ୟବସାୟିକ ଚୁକ୍ତି ଓ ସାଂସ୍କୃତିକ ସଂପର୍କକୁ ଛିନ୍ନ କରିଛି ପାକିସ୍ତାନ । ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଏହି ପଦକ୍ଷେପ ଓଲଟା ନିଜ ଉପରେ ପଡୁଛି । ପ୍ରଥମରୁ ହିଁ ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଥିଲା ପାକ୍ । ଏବେ ଏହି ଦର ବୃଦ୍ଧି ଯେମିତି ଭାଙ୍ଗି ଦେଇଛି ମେରୁଦଣ୍ଡ । ପାକିସ୍ତାନର ସାଧାରଣ ଜନତା ଉପରେ ସିଧାସଳଖ ଏହାର ପ୍ରଭାବ ପଡିଛି । ଭାରତରୁ ଏକ ବଡ ଧରଣର ରପ୍ତାନି ହେଉଥିବାରୁ ପାକିସ୍ତାନରେ ପରିବା ଦର ନିୟନ୍ତ୍ରଣ ରହୁଥିଲା । କିନ୍ତୁ ନିଜ ଗୋଡରେ ନିଜେ କୁରାଢି ମାରିଛି ପାକ୍ । ଏବେ ଆକାଶ ଛୁଆଁ ହେଲାଣି ପରିବା ଦର ।