ନିଖୋଜ ଥିବା ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ଅନ୍ତର୍ଗତ ନୂଆ ଗାଁ ପଞ୍ଚାୟତର ସମିତି ସଭ୍ୟ ପ୍ରାର୍ଥୀ ସୁବ୍ରତ ବେହେରାଙ୍କ ପତ୍ତା ମିଳିଛି । ପୋଲିସ ତାଙ୍କୁ ଠାବ କରିଛି । ତେବେ ତାଙ୍କ ନିଖୋଜର କାରଣ ସଂପର୍କରେ କିଛି ଜଣାପଡିନି । ସୂଚନାଯୋଗ୍ୟ, ସୁବ୍ରତ ନିଖୋଜ ଥିବା ନେଇ ପରିବାର ପକ୍ଷରୁ ଅଭିଯୋଗ ହୋଇଥିଲା । ସୁବ୍ରତ ଗତକାଲିଠାରୁ ପୁସିଂ କାର୍ଡ ଛପାଇବାକୁ ଯାଇ ଆଉ ଫେରିନଥିବାର ଅଭିଯୋଗ କରିଥିଲେ ପରିବାରଲୋକେ । ତାଙ୍କ ଘର କଣ୍ଟାବଣିଆ ଥାନା ଅନ୍ତର୍ଗତ ନୂଆ ଗାଁରେ ହୋଇଥିବାରୁ ଏନେଇ ପରିବାର ଲୋକେ କଣ୍ଟାବଣିଆ ଥାନାରେ ଲିଖିତ ଭାବେ ଅଭିଯୋଗ କରିଥିଲେ । ସୁବ୍ରତ ହିନ୍ଦୋଳ ୧ ନମ୍ବର ଜୋନର ନୂଆ ଗାଁ ପଞ୍ଚାୟତରୁ ସମିତି ସଭ୍ୟ ପ୍ରାର୍ଥୀ ଭାବରେ ଲଢୁଥିଲେ । ଝାଡବନ୍ଧ ନିକଟରୁ ତାଙ୍କର ବାଇକଟି ରାସ୍ତା କଡରୁ ମିଳିଛି । ଏନେଇ କଣ୍ଟାବଣିଆ ଥାନା ପୋଲିସ ତଦନ୍ତ କରୁଛି ।

LEAVE A REPLY

Please enter your comment!
Please enter your name here