ଟିମ ଇଣ୍ଡିଆର ଯୁବ ଉଇକେଟ କିପର ,ବ୍ୟାଟ୍ସମ୍ୟାନ ରିଷଭ ପନ୍ତଙ୍କୁ ଇଂଲଣ୍ଡ ଡାକରା । ଚଳିତ ବିଶ୍ୱକପରେ ଟିମ୍ ଇଣ୍ଡିଆ ଦୁଇଟି ବିଜୟ ସହ ମଜଭୁତ ସ୍ଥିତିରେ ଥିବା ସମୟରେ ଟିମ୍ କୁ ଏକ ଶକ୍ତ ଝଟକା ଲାଗିଥିଲା । ଯେତେବେଳେ ଟିମ୍ ଇଣ୍ଡିଆର ଓପନର ଶିଖର ଧୱନ ଆହାତ କାରଣରୁ ତିନି ସପ୍ତାହ ଖେଳି ନପାରିବାର ଖବର ଆସିଥିଲା । ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚବେଳେ ଶିଖରଙ୍କ ହାତ ଆଙ୍ଗୁଠିରେ ଆହାତ ଲାଗିଥିଲା । ଶିଖର ଆହତ ପରେ କାହାକୁ ଦଳରେ ସାମିଲ କରାଯିବ ତାକୁ ନେଇ ବିସିସିଆଇ ଅନିଶ୍ଚିତତା ଭିତରେ ରହିଥିଲା । କିନ୍ତୁ ଆଜି ରିଷଭଙ୍କୁ ଇଂଲଣ୍ଡ ଡାକରା ମିଳିଥିବା ସୂଚନା ମିଳିଛି । ଶିଖର ଆହାତ ପରେ ରୋହିତ ଶର୍ମାଙ୍କ ସହ କେଏଲ୍ ରାହୁଲ ଓପନ୍ନି କରିବେ । ତେବେ କେଏଲ ରାହୁଲଙ୍କ ସ୍ଥାନରେ କିଏ ପଡିଆକୁ ଓହ୍ଲାଇବେ ସେଥିପାଇଁ ଶ୍ରେୟସ ଆୟର ଏବଂ ରିଷଭ ପନ୍ତଙ୍କ ନାଁ ସର୍ବାଗ୍ରେ ଥିଲା । ବିସିସିଆଇର ରିଷଭଙ୍କୁ ଇଂଲଣ୍ଡ ଡାକରା ପରେ ଏହା ଏକ ପ୍ରକାର ଚୁଡାନ୍ତ ଯେ ରିଷଭ ଦଳରେ ସ୍ଥାନ ପାଇଛନ୍ତି । ଏଠାରେ ସୂଚନାଯୋଗ୍ୟ ବିସିସିଆଇ ଚଳିତ ବିଶ୍ୱକପ ଚୟନରେ ରିଷଭଙ୍କୁ ବାଦ୍ ଦେଇଥିଲେ, ଯାହା ଫଳରେ ବହୁ ପୂର୍ବତନ କ୍ରିକେଟ ଖେଳାଳୀ ଏବଂ ପ୍ରଶଂସକ ବିସିସିଆର ନିଷ୍ପତିକୁ ସମାଲୋଚନା କରିଥିଲେ । କାରଣ ରିଷଭ ପନ୍ତ ଭଲ ଫର୍ମରେ ଥିବା ସହ ଚଳିତ ଆଇପିଏଲ ରେ ଜବରଦସ୍ତ ଖେଳ ପ୍ରଦର୍ଶନ କରିଥିଲେ । ଏହା ପରେ ବିସିସିଆଇ ରିଷଭ ପନ୍ତଙ୍କୁ ଷ୍ଟାଣ୍ଡବାଏ ଖେଳାଳି ଭାବରେ ଦଳରେ ସାମିଲ କରିଥିଲେ ।

LEAVE A REPLY

Please enter your comment!
Please enter your name here