ବିବିଧ ପୂଜା, ପର୍ବପର୍ବାଣୀ ଓ ଓଷାପାଳନକୁ ନେଇ ଓଡ଼ିଶାର ଧାର୍ମିକ ପରଂପରାର ମହତ୍ତ୍ୱ ରହିଛି । ପ୍ରତିପର୍ବ ନିଜର ଏକ ସ୍ୱତନ୍ତ୍ର ବିଶେଷତ୍ୱ ବହନ କରେ । ବିଶେଷ କରି ଭାଦ୍ରବ ମାସରେ ଏମିତି ସବୁ ପର୍ବକୁ ନେଇ ଗାଁଠୁ ସହର ସବୁଠି ଏକ ନିଆରା ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୁଏ । ଏହି ମାସରେ ପଡ଼ୁଥିବା ସମସ୍ତ ଓଷାମାନଙ୍କ ମଧ୍ୟରୁ ଖୁଦୁରୁକୁଣୀ ଓଷାର ବିଶେଷତ୍ୱ ରହିଛି । ଏହି ଓଷାକୁ କୁଆଁରୀ ଝିଅମାନେ ନିଜ ଭାଇ ମାନଙ୍କ ମଙ୍ଗଳ କାମନା କରି ବ୍ରତ ରଖିଥାନ୍ତି । ଏହି ଓଷାରେ ମା ମଙ୍ଗଳାଙ୍କ ପୂଜା କରାଯାଏ । ଗାଁର ସବୁ ଝିଅମାନେ ଏକତ୍ରିତ ହୋଇ ପୂଜା କରିଥାନ୍ତି ।

କାହିଁ କେଉଁ କାଳରୁ ଏହି ପର୍ବ ପାଳନ ହୋଇ ଆସୁଥିବା ବେଳେ ଏହି ପର୍ବ ପାଳନ ପଛରେ ରହିଛି ଏକ ସୁନ୍ଦର କାହାଣୀ । ତଅପୋଇ ନାଁରେ ଏକ ଝିଅକୁ ନେଇ ଏହି କାହାଣୀ ପରିବେଷିତ ହୋଇଥିବା ବେଳେ, ତାର ଭାଇମାନଙ୍କ ପ୍ରତି ଥିବା ଭଲ ପାଇବା, ଭାଉଜ ମାନଙ୍କ ଦ୍ୱାରା ନିର୍ଯାତନାର ଶୀକାର ହେବା ବର୍ଣନା ଖୁବ୍ ରୋଚକ । ଶେଷରେ କିପରି ତଅପୋଇ ମା ମଙ୍ଗଳାଙ୍କ ପୂଜା କରି ଭାଇମାନଙ୍କୁ ପାଏ ଏବଂ ଶେଷରେ ସ୍ୱର୍ଗ ପ୍ରାପ୍ତି ଲାଭ କରେ ତାହାକୁ ଏହି କାହାଣୀରେ ବର୍ଣ୍ିତ । ଏହି ଓଷାକୁ ସମସ୍ତ ଗାଁ ଗହଳିମାନଙ୍କରେ କୁଆଁରୀ ଝିଅମାନେ ବହୁ ଧୁମ୍ ଧାମ୍ରେ ପାଳନ କରୁଥିବାର ନଜର ରହିଛି । ବିଶେଷକରି ଏହି ଓଷା ପାଳନ ବେଳେ ଝିଅମାନେ ଦିହୁଡି ଜାଳି ଝୁଣା ମାରିବାର ଦୃଶ୍ୟ ବେଶ୍ ଉପଭୋଗ୍ୟ ହୋଇଥାଏ ।

ଦିନକୁ ଦିନ ମଣିଷ ଆଧୁନିକତା ପ୍ରତି ଆକୃଷ୍ଟ ହୋଇ ନିଜର ପରମ୍ପରାକୁ ଭୁଲି ଯାଉଥିବା ବେଳେ ଖୁଦୁରୁକୁଣୀ ଓଷାର ପରମ୍ପରା ଏବେ ଆମ ସମାଜରେ ଉଜ୍ଜିବୀତ ରହିଛି

LEAVE A REPLY

Please enter your comment!
Please enter your name here