ଆଜି ୨୪ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା ଦେଇଛନ୍ତି ନକ୍ସଲ | କିଛି ଦିନର ନିରବତା ପରେ ପୁଣି ଥରେ ନିଜ ସ୍ଥିତି ଜାହିର କରିବା ସହ ପୁଲିସ୍ର କାର୍ଯ୍ୟକଳାପକୁ ବିରୋଧ କରି ସିପିଆଇ ନକ୍ସଲ ସଂଗ୍ରଠନ ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି | ସେମାନେ ପୁଲିସର ଗ୍ରୀନହଣ୍ଟ ଅପରେସନକୁ ବିରୋଧ କରିବା ସହ ମଦ ମୁକ୍ତ ଓଡ଼ିଶା ପାଇଁ ଆନ୍ଦୋଳନକୁ ଜୋରଦାର କରିବାକୁ ପୋଷ୍ଟର ମାଧ୍ୟମରେ ଆହ୍ୱାନ ଦେଇଛନ୍ତି | ଏହାସହ କନ୍ଧମାଳ ଜିଲ୍ଲା କୁର୍ତ୍ତମଗଡ଼ ନିକଟ ୫୯ ନମ୍ବର ଜାତୀୟ ରାଜପଥ ଉପରେ ଗଛ ପକାଇ ରାସ୍ତା ଅବରୋଧ କରିଛନ୍ତି । ଫଳରେ ବାଲିଗୁଡ଼ା-ଦାରିଙ୍ଗବାଡି ମଧ୍ୟରେ ଯାନବାହନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି । ସେହିପରି ଉତ୍ତମଗଡ଼ ନିକଟ ପନ୍ଦର ମାଇଲ୍ ଠାରେ ଗଛ ପକାଇ ନକ୍ସଲମାନେ ରାସ୍ତା ଅବରୋଧ କରିଛନ୍ତି । ଫଳରେ ବାଲିଗୁଡ଼ା-କୋଟଗଡ଼-ରାୟଗଡ଼ା-କଳାହାଣ୍ଡି ମଧ୍ୟରେ ଯୋଗାଯୋଗ ବନ୍ଦ ରହିଛି | ଗଛରେ ନକ୍ସଲମାନେ ବିସ୍ଫୋରକ ଖଞ୍ଜିଥିବା ସନ୍ଦେହ କରାଯାଉଛି ।