ଯବାନ୍ ଦେଲେ ଜରିମାନା. ଶୁଣି ଆଶ୍ଚର୍ଯ୍ୟ ଲାଗୁଥିବା ନିଶ୍ଚୟ. ହେଲେ ପ୍ରକୃତରେ ଜରିମାନା ଦେଇଛନ୍ତି ଯବାନ୍. ସୂଚନା ଅନୁସାରେ, ନୂଆବର୍ଷ ପାଇଁ ପୁରୀରେ ଭକ୍ତଙ୍କ ଗହଳି ଲାଗିଛି. ଫଳରେ  ସେମାନଙ୍କୁ ଆୟତ କରିବା ପାଇଁ ଆଇଆରବି ଯବାନ ମାନଙ୍କୁ ଡ୍ୟୁଟିରେ ରଖାଯାଇଥିଲା. ମାତ୍ର ଏହାମଧ୍ୟରେ ସେମାନଙ୍କ ମଧ୍ୟରୁ 4 ଜଣ ଆଇଆରବି ଯବାନ୍ ଶ୍ରୀମନ୍ଦିର ଭିତରେ ସେଲଫି ନେଇଥିଲେ. ପରବର୍ତ୍ତୀ ସମୟରେ ଏହି ଦୃଶ୍ୟ ମନ୍ଦିର ପ୍ରଶାସନ ଅଧିକାରୀଙ୍କ ନଜରକୁ ଆସିଥିଲା. ପରେ ସେହି ଯବାନମାନେ ଶ୍ରୀମନ୍ଦିର କାର୍ଯ୍ୟାଳୟରେ 1 ହଜାର ଟଙ୍କା ଲେଖାଏଁ ଜରିମାନା ଗଣିଛନ୍ତି. ତେବେ ଏଠାରେ ଉଲ୍ଲେଖଯୋଗ୍ୟ  ଯେ, ଏହାପୂର୍ବରୁ ଶ୍ରୀମନ୍ଦିରରେ ପୋଲିସର ବିଭିନ୍ନ କାର୍ଯ୍ୟକଳାପକୁ ନେଇ ବିଭିନ୍ନପ୍ରକାର ଅଭିଯୋଗ ସାମ୍ନାକୁ ଆସିଛି.

LEAVE A REPLY

Please enter your comment!
Please enter your name here