ସବୁ ଚର୍ଚ୍ଚାର ଅନ୍ତ ଘଟାଇ ବିଦ୍ଧିବଦ୍ଧ ଭାବେ ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି କଂଗ୍ରେସ ଛାଡିଥିବା ଝାରସୁଗୁଡା ବିଧାୟକ ନବ ଦାସ । ମୁଖ୍ୟମନ୍ତ୍ରୀଙ୍କ ଆଜିର ଝାରସୁଗୁଡା ଗସ୍ତରେ ସେ ଶଙ୍ଖ ଫୁଙ୍କିଛନ୍ତି । ଝାରସୁଗୁଡା ଜିଲ୍ଲା ପରିଷଦ ଅଧ୍ୟକ୍ଷଙ୍କ ସମତେ ୮ ଜଣ ସଦସ୍ୟ ମଧ୍ୟ ବିଜେଡିରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ମିଶିଛନ୍ତି । ୫ଟି ବ୍ଲକର ସମସ୍ତ କଂଗ୍ରେସ ଅଧ୍ୟକ୍ଷ , ଅଧ୍ୟକ୍ଷା ମଧ୍ୟ ସାମିଲ ହୋଇଛନ୍ତି ।  ଗତ ୧୬ ତାରିଖରେ ପୂର୍ବ କଂଗ୍ରେସ ନେତା ତଥା ବିଧାୟକ ଦଳରୁ ଇସ୍ତଫା ଦେବା ସହ ଇସ୍ତଫାପତ୍ରକୁ ରାହୁଲ ଗାନ୍ଧିଙ୍କ ନିକଟକୁ ପଠାଇଥିଲେ । ସେ ବିଜେଡିରେ ଯୋଗ ଦେବା ନେଇ ସୂଚନା ଦେଇଥିଲେ । ଏହାପୂର୍ବରୁ ପ୍ରାୟ ଏକ ମାସ ଧରି ନବ ବିଜେଡିରେ ଯୋଗ ଦେବେ ବୋଲି ଚର୍ଚ୍ଚା ହେଉଥିଲା । ସଭାରେ ବିଧାୟକ ଦେବାଶିଷ ସାମନ୍ତରାୟ, କିଶୋର ମହାନ୍ତି, ସଂଜୟ ଦାସବର୍ମା ଆଦି ଉପସ୍ଥିତ ରହିଥିଲେ ।

 

LEAVE A REPLY

Please enter your comment!
Please enter your name here