ଓଲିଉଡ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଅଭିନୀତ ଫିଲ୍ମ ‘ନିମକି, ନିମପୁରରୁ ନବୀନ ନିବାସ’ ଫିଲ୍ମର ପ୍ରିମିୟର ସୋ’ ରେ ଯୋଗ ଦେବେ ଭେଟେରାନ ଅଭିନେତ୍ରୀ ଜୟା ବଚ୍ଚନ. ଏ ନେଇ ବର୍ଷା ନିଜେ ଇନଷ୍ଟ୍ରାଗ୍ରାମ ମାଧ୍ୟମରେ ସୂଚନା ଦେଇଛନ୍ତି. ବର୍ଷାଙ୍କ ଏହି ଖବର ପାଇବା ପରେ ଜୟାଙ୍କ ସବୁ ଫ୍ୟାନ ଅତ୍ୟନ୍ତ ଖୁସି ହୋଇଯାଇଛନ୍ତି. ତେବେ ଓଲିଉଡ ଇତିହାସରେ ଏହା ହେଉଛି ପ୍ରଥମ ଯେ, ଓଡିଆ ଫିଲ୍ମ ପ୍ରିମିୟର ଦେଖିବା ପାଇଁ ବଲିଉଡ ଷ୍ଟାର ଓଡିଶା ଆସିବେ. ଏହି ଫିଲ୍ମଟି ଜାନୁୟାରୀ 23 ତାରିଖରେ ରିଲିଜ ହେଉଥିବା ବେଳେ ଗୋଟିଏ ଗାଉଁଲି ଝିଅ କିପରି ନିମପୁର ଗାଁରୁ ଭୁବନେଶ୍ୱର ଆସି ନବୀନ ନିବାସରେ ପହଞ୍ଚୁଛି ତାକୁ ଚିତ୍ରିତ କରାଯାଇଛି.

 

LEAVE A REPLY

Please enter your comment!
Please enter your name here