ଶୁକ୍ରବାର ନ୍ୟୁଜିଲାଣ୍ଡର ଦୁଇଟି ମସଜିଦରେ ହୋଇଥିବା ଗୁଳି ବର୍ଷାରେ ପ୍ରାୟ 45 ଜଣଙ୍କର ମୃତ୍ୟୁ ହୋଇଥିଲା. ତେବେ ସେମାନଙ୍କ ମଧ୍ୟରେ 5 ଜଣ ଭାରତୀୟଙ୍କ ମଧ୍ୟ ମୃତ୍ୟୁ ହୋଇଥିବା ରବିବାର ସୂଚନା ଦେଇଛନ୍ତି ଭାରତର ରାଷ୍ଟ୍ରପ୍ରତିନିଧି. ଅନ୍ୟପଟେ ମୃତାହତଙ୍କ ସଂଖ୍ୟା ଏବେ 50ରେ ପହଞ୍ଚିଛି ବୋଲି ସ୍ପଷ୍ଟ କରିଛି ନ୍ୟୁଜିଲାଣ୍ଡ ପୋଲିସ. ଏହାଛଡା ଏହି ଘଟଣାରେ ସଂପୃକ୍ତ ଥିବା ଜଣେ ଅଷ୍ଟ୍ରେଲିଆ ନାଗରିକ ବ୍ରେଣ୍ଟନ ଟରଣ୍ଟକୁ ପୋଲିସ ଗିରଫ କରି ସେ ହିଁ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ବୋଲି ସୂଚନା ଦେଇଛି. ଶୁକ୍ରବାର ମସଜିଦରେ ନମାଜ ପାଠ ବେଳେ ଆକ୍ରମଣକାରୀ ନରସିଂହାରକୁ ଲାଇଭ ଷ୍ଟ୍ରିମ କରିଥିଲା.

LEAVE A REPLY

Please enter your comment!
Please enter your name here