ଗ୍ୟାଙ୍ଗଷ୍ଟର ହାଇଦରର ଆଜି ହେବ ଶବ ବ୍ୟବଚ୍ଛେଦ । ବାଲେଶ୍ୱର ମେଡିକାଲରେ ରହିଛି ହାଇଦରର ମୃତଦେହ । ବାଲେଶ୍ୱର ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ହେବ ପୋଷ୍ଟମର୍ଟମ । ପୋଷ୍ଟମର୍ଟମ ପରେ ହାଇଦରର ମୃତଦେହ ପରିବାରକୁ ଦିଆଯିବ । ମେଡିକାଲରେ ହାଇଦରର ପତ୍ନୀ ଏବଂ ୨ ବୋହୂ ଅପେକ୍ଷା କରି ରହିଛନ୍ତି । ଗତକାଲି ପୋଲିସ ଏନକାଉଣ୍ଟରରେ କୁଖ୍ୟାତ ଅପରାଧୀ ହାଇଦରର ମୃତ୍ୟୁ ହୋଇଥିଲା । ବାଲେଶ୍ୱର ସିମୁଳିଆ ନିକଟରେ ହାଇଦରକୁ ଏନକାଉଣ୍ଟର କରିଥିଲା ପୋଲିସ । ହାଇଦରକୁ ଚୌଦାର ଜେଲରୁ ବାରିପଦା ଜେଲକୁ ନିଆଯାଉଥିବାବେଳେ ଏନକାଉଣ୍ଟର ହୋଇଥିଲା ।

LEAVE A REPLY

Please enter your comment!
Please enter your name here