ସ୍ୱଦେଶୀ ଲଢୁଆ ବିମାନ ତେଜସ୍ ଉଡ଼ାଇଲେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ୍ ସିଂହ | ପ୍ରଥମ ଥର ପାଇଁ ଦେଶର ପ୍ରତିରକ୍ଷାମନ୍ତ୍ରୀ ଭାବେ ରାଜନାଥ୍ ସିଂହ ସ୍ୱଦେଶୀ ଲଢୁଆ ବିମାନ ଉଡାଇଛନ୍ତି | ବାଙ୍ଗାଲୋରର ସୁଲୁର୍ ଏୟାର୍ ଫୋର୍ସ ଷ୍ଟେସନ୍ ରେ ଦେଶୀ ଲଢୁଆ ବିମାନ ତେଜସ୍ କୁ ଉଡାଇଛନ୍ତି ପ୍ରତିରକ୍ଷାମନ୍ତ୍ରୀ | ଏହା ଏକ ହାଲୁକା ଲଢୁଆ ବିମାନ ଯାହାକୁ ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ୍ ପ୍ରସ୍ତୁତ କରିଛି । ପ୍ରତିରକ୍ଷାମନ୍ତ୍ରୀ ଧଳା ହେଲମେଟ ସହ ଅକ୍ସିଜେନ ମାକ୍ସ ପିନ୍ଧିଥିବା ଦେଖିବାକୁ ମିଳିଛି | ୩ ବର୍ଷ ପୂର୍ବେ ବାୟୁସେନାରେ ସାମିଲ୍ ହୋଇଥିବା ଲଢୁଆ ବିମାନ ତେଜସ୍ ର ଅପଗ୍ରେଡ୍ ଭର୍ସନ ଆସିବାକୁ ଯାଉଛି । ୮୩ ତେଜସ୍ ବିମାନ ପାଇଁ ଏଚଏଏଲ୍ କୁ ପାଖାପାଖି ୪୫ ହଜାର କୋଟି ଟଙ୍କା ମିଳିବ । ତେବେ ତେଜସ୍ କୁ ପ୍ରତିରକ୍ଷାମନ୍ତ୍ରୀ ସେତେବେଳେ ଉଡାଇବାକୁ ଯାଉଛନ୍ତି ଯେତେବେଳେ ଏଚଏଏଲ୍ କୁ ଦେଶରେ ୮୩ ଏଲସିଏ ମାର୍କ ୧ ଏ ବିମାନ ନିର୍ମାଣ ପାଇଁ ୪୫ ହଜାର କୋଟି ଟଙ୍କାର ପରିଯୋଜନା ମିଳିବାକୁ ଯାଉଛି ।

LEAVE A REPLY

Please enter your comment!
Please enter your name here