ନୂଆପଡା ଜିଲ୍ଲା ଖଡିଆଳ ଓ ବୋଡେନ ବନବିଭାଗର ମିଳିତ ଚଢାଉରେ ବନବିଭାଗକୁ ମିଳିଛି ବଡ ସଫଳତା । ଏକ ସମ୍ବରକୁ ଶିକାର କରିଥିବା ଅଭିଯୋଗରେ ବନବିଭାଗ ୫ ଜଣକୁ ଗିରଫ କରିଥିବା ବେଳେ ୨୭ ଜଣକୁ ପଚରାଉଚୁରା ଜାରି ରଖିଛି । ସୂଚନା ମୁତାବକ ବୋଡେନ ବ୍ଲକ ଦଣ୍ଡେଇବସା ଗାଁ ପୋଖରୀକୁ ପାଣି ପିଇବାକୁ ଏକ ସମ୍ବର ଚାଲି ଆସିଥିଲା । ସମ୍ବର ଆସିଥିବା ଖବର ପାଇ ଦଣ୍ଡେଇବସା,ଟେମରି,ଜାମବାହାଳି ଅଂଚଳର କିଛି ଲୋକ ସମ୍ବରକୁ ପାଣି ଭିତରକୁ ଆଣି ହତ୍ୟା କରିଥିଲେ । ପରେ ସମ୍ବର ମାଂସ ଭାଗ ବାଣ୍ଟିବା ସମୟରେ ବିଶେଷ ସୂତ୍ରରୁ ଖବର ପାଇ ଖଡିଆଳ ରେଞ୍ଜର ସଦାନନ୍ଦ ସୁନାନୀଙ୍କ ନେତୃତ୍ୱରେ ବନବିଭାଗ ଦଳ ଅତର୍କିତ ଚଢାଉ କରିଥିଲେ । ଘଟଣା ସ୍ଥଳରେ ୫ ଜଣକୁ ଗିରଫ କରିବା ସହିତ ୬ କେଜି ମାଂସ ଜବତ କରିଛି ବନ ବିଭାଗ । କେସ ନଂ ୧୫୮ ରୁଜୁ କରି ତଦନ୍ତ ଜାରି ରଖିଛନ୍ତି । ହତ୍ୟାକାରୀକୁ ଆଇନ ଅନୁଯାୟୀ ଦଣ୍ଡ ମିଳିବ ବୋଲି ଖଡିଆଳ ରେଞ୍ଜର କହିଛନ୍ତି ।

LEAVE A REPLY

Please enter your comment!
Please enter your name here