ରାଜ୍ୟରେ କରୋନା ସଂକ୍ରମଣ ସଂଖ୍ୟା ପୁଣି ବୃଦ୍ଧି ପାଇବା ଆରମ୍ଭ କରିଛି । ଆଜି 82 ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ କ୍ବାରେଣ୍ଟିନରୁ 48 ଜଣ ଏବଂ ଲୋକାଲରୁ 34 ଜଣ ଚିହ୍ନଟ ହୋଇଛନ୍ତି । ମୟୁରଭଞ୍ଜରୁ ସର୍ବାଧିକ 11 ଜଣ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ବରରୁ 6, ବରଗଡରୁ 7, କଟକରୁ 5, ବଲାଙ୍ଗୀରରୁ 4, ଅନୁଗୁଳରୁ 2, ଢେଙ୍କାନାଳରୁ 3, ଜଗତସିଂହପୁରରୁ 2, ଗଞ୍ଜାମ 3, ଯାଜପୁରରୁ 4, ଖୋର୍ଦ୍ଧାରୁ 9 ଓ ନବରଙ୍ଗପୁରରୁ 4ଜଣ ଚିହ୍ନଟ ହୋଇଛନ୍ତି । ଝାରସୁଗୁଡା, କେନ୍ଦ୍ରାପଡା, କେନ୍ଦୁଝର, ନୂଆପଡା, ରାୟଗଡା, ସମ୍ବଲପୁରରୁ ଦୁଇ ଲେଖାଁଏ ପଜିଟିଭ ଚିହ୍ନଟ ହୋଇଛନ୍ତି । ଦିନକୁ ଦିନ ପଜିଟିଭ୍ ସଂଖ୍ୟା ବୃଦ୍ଧି ପାଉଥିବାରୁ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତ୍ବ ଅନୁସରଣ କରିବା ଉପରେ ଗୁରୁତ୍ବ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here