କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟା ମାମଲାରେ ବହୁ ପ୍ରଭାବଶାଳୀ ନେତା ଓ ମନ୍ତ୍ରୀ ସଂପୃକ୍ତ । ମନ୍ତ୍ରୀ ପ୍ରତାପ ଜେନା ଓ ଦିବ୍ୟଶଙ୍କର ମିଶ୍ରଙ୍କ ସଂପୃକ୍ତି ନେଇ ଅଭିଯୋଗ କରିଛନ୍ତି ମାନସଙ୍କ ପରିବାର । ମାମଲାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଶର୍ମିଷ୍ଠା ରାଉତଙ୍କ ସହ ବହୁ ରାଜନେତା, ମନ୍ତ୍ରୀଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଦୁଇମନ୍ତ୍ରୀଙ୍କ ସଂପୃକ୍ତି ନେଇ ଅଭିଯୋଗ କରିଛନ୍ତି ପରିବାର ଲୋକେ । ମାନସଙ୍କ ପତ୍ନୀ କହିଛନ୍ତି, ତାଙ୍କ ସ୍ବାମୀଙ୍କ ପାଖରେ ଏକ ଚିପ୍ ଥିଲା ଏବଂ ସେହି ଚିପରେ ମନ୍ତ୍ରୀ ତଥା ପ୍ରଭାବଶାଳୀ ବ୍ୟକ୍ତିଙ୍କ କିଛି ଗୁମର କଥା ଥିବାରୁ ସେମାନେ ତାଙ୍କୁ ହତ୍ୟା ପାଇଁ ଷଡଯନ୍ତ୍ର କରିଥିଲେ । ତେଣୁ ଦୁଇମନ୍ତ୍ରୀଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରିଛନ୍ତି ମାନସଙ୍କ ପରିବାର ।

LEAVE A REPLY

Please enter your comment!
Please enter your name here