ଗୋପାଳପୁରର ଜମି ବ୍ୟବସାୟୀ ସୁଧୀର ପାତ୍ର ହତ୍ୟାକାଣ୍ଡ ଘଟଣାର ପ୍ରକୃତ ଉଦ୍ଦେଶ୍ୟ କ’ଣ ଥିଲା, ସେଥିପାଇଁ ପୋଲିସ ତଦନ୍ତ କରୁଛି।ଏହି ମାମଲାରେ ଗିରଫ ହୋଇଥିବା ୯ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ୫ ଜଣଙ୍କୁ ଆଜିଠାରୁ ୩ ଦିନିଆ ରିମାଣ୍ଡରେ ନେବ ପୋଲିସ । ବ୍ରହ୍ମପୁର ମଣ୍ଡଳ କାରାଗାରରୁ ନାରାୟଣ ପ୍ରଧାନ,କାଳୁ ଚରଣ ପ୍ରଧାନ, ସୂର୍ଯ୍ୟ ପ୍ରତାପ ସିଂ ,ଆଶିଷ ମହାପାତ୍ର ଓ ଜିତୁନ ପୋଲାଇଙ୍କୁ ଗୋପାଳପୁର ପୋଲିସ ରିମାଣ୍ଡରେ ନେଇ ତଦନ୍ତ ଜୋରଦାର କରୁଛି। ହତ୍ୟା ପଛରେ ଥିବା କାରଣକୁ ନେଇ ଏବେ ଅନେକ ଚର୍ଚ୍ଚା ଚାଲିଛି। ପ୍ରଥମେ ଗୁଣିଗାରେଡ଼ି ପରେ ସମ୍ପତ୍ତି ବିବାଦ ନେଇ ସନ୍ଦେହ ଥିଲା, କିନ୍ତୁ ଏବେ ତଦନ୍ତରେ ଆସୁଛି ନୂଆ ତଥ୍ୟ। ସୂଚନା ମିଳୁଛି ଯେ, ନାତୁଣୀଙ୍କ ଅନ୍ୟ ଜାତିରେ ବିବାହକୁ ନେଇ ପରିବାରରେ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଥିଲା ଓ ସେହି ଦ୍ୱନ୍ଦ୍ୱ ହତ୍ୟାର କାରଣ ଅଟେ । ପରିବାର ଲୋକ ଟଙ୍କା ଦେବାକୁ ରାଜି ଥିବା ସତ୍ତ୍ୱେ କାହିଁକି କରାଗଲା ହତ୍ୟା? ଏହା ପଛରେ ଅଛି କିଏ ମାଷ୍ଟରମାଇଣ୍ଡ୍? ମୁଖ୍ୟ ଅଭିଯୁକ୍ତ ନିବେଦିତା ଓ ତୁଷାର ସହ ପରିବାରର ଅନ୍ୟ ସଦସ୍ୟଙ୍କ ଭୂମିକା କଣ?ପୋଲିସ ଏହି ସମସ୍ତ ପ୍ରଶ୍ନର ଉତ୍ତର ଖୋଜୁଛି ଓ ବହୁତ୍ ଶୀଘ୍ର ହତ୍ୟାକାଣ୍ଡ ପଛର କାରଣ ଜଣାପଡ଼ିବ ବୋଲି ତଦନ୍ତ କରୁଛି।

LEAVE A REPLY

Please enter your comment!
Please enter your name here