ଆସନ୍ତା ମାର୍ଚ୍ଚ ପହିଲାରୁ ୬୦ ବର୍ଷ ବୟସରୁ ଅଧିକ ବୟସ୍କ ଲୋକଙ୍କୁ କରୋନା ଟିକା ଦିଆଯିବ । ଏହି ବୟସ ବର୍ଗର ପ୍ରାୟ ୧୦ କୋଟି ଲୋକଙ୍କୁ ଦିଆଯିବ ଏହି ଟିକା । ସେହିଭଳି ୪୫ ବର୍ଷ ବୟସରୁ ଅଧିକ ବୟସ୍କ ବ୍ୟକ୍ତି ଯାହାର କୌଣସି ଅନ୍ୟ ରୋଗ ଥିବ ତାଙ୍କୁ ମଧ୍ୟ କରୋନା ଟିକା ଦିଆଯିବ । କେନ୍ଦ୍ର କ୍ୟାବିନେଟ ବୈଠକ ପରେ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡ଼େକର । ୧୦ ହଜାର ସରକାରୀ କେନ୍ଦ୍ର ଓ ପ୍ରାୟ ୨୦ ହଜାର ଘରୋଇ ହସ୍ପିଟାଲରେ ଏହି ଟିକାକରଣ କରାଯାଇପାରିବ । ସରକାରୀ କେନ୍ଦ୍ରରେ ଟିକା ମାଗଣାରେ ମିଳିବ ବୋଲି ମନ୍ତ୍ରୀ କହିଛନ୍ତି। ଘରୋଇ କେନ୍ଦ୍ରରେ ଟିକା ଦେବା ପାଇଁ ନିର୍ଦ୍ଦିଷ୍ଟ ଅର୍ଥ ଦେବାକୁ ପଡ଼ିବ। ତେବେ କେତେ ଟଙ୍କା ଦେବାକୁ ପଡ଼ିବ, ୩/୪ ଦିନ ମଧ୍ୟରେ ନିଷ୍ପତ୍ତି ହେବ ବୋଲି ସେ କହିଛନ୍ତି।
ତେବେ ଏନେଇ ଗାଇଡଲାଇନ ମଧ୍ୟ ଜାରି କରାଯାଇଛି । ଜିଲ୍ଲାପାଳମାନଙ୍କୁ ଗାଇଡଲାଇନ୍ ପଠାଇଛନ୍ତି ସ୍ୱାସ୍ଥ୍ୟ ବିଭାଗ ଏସିଏସ । ରବିବାର ଛାଡି ସପ୍ତାହରେ ୫ଦିନ ଟିକାକରଣ କରାଯିବ । ଅତିରିକ୍ତ ଟିକା କର୍ମୀ ଓ ଯାଞ୍ଚକାରୀଙ୍କୁ ଚିହ୍ନଟ କରି ତାଲିମ ଦିଆଯିବ । ପ୍ରତି ବ୍ଲକ ଓ ସହରାଞ୍ଚଳରେ ୬/୭ଟି ମୋବାଇଲ ଟିକା ଟିମ୍ ରହିବ । ଅନ୍ୟ ସ୍ୱାସ୍ଥ୍ୟସେବାରେ ଲାଗିଥିବା ଏଏନଏମଙ୍କୁ ଟିକା କାମରେ ଲଗାଯିବନି । ସମସ୍ତ ଆନୁଷଙ୍ଗିକ କାର୍ଯ୍ୟ ଫେବ୍ରୁଆରୀ ୨୮ ମଧ୍ୟରେ ସାରିବାକୁ ନିର୍ଦ୍ଦେଶ

LEAVE A REPLY

Please enter your comment!
Please enter your name here