ବୁଧବାର ଦିଲ୍ଲୀରେ ଆରମ୍ଭ ହେବାକୁ ଯାଉଛି ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ପଞ୍ଚମ ତଥା ଶେଷ ଦିନିକିଆ ମ୍ୟାଚ. ଏହି ମ୍ୟାଚଟି ଉଭୟ ଦଳ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ଥିବା ବେଳେ ବିଶେଷ କରି ଭାରତ ପାଇଁ ଏହା ‘କର ବା ମର’ ଭଳି ପରିସ୍ଥିତି ସୃଷ୍ଟି କରିଛି. ଯେତେବେଳେ ଅଷ୍ଟ୍ରେଲିଆ ଭାରତ ମାଟିରେ ପାଦ ରଖିଥିଲା କେହି ଜାଣିନଥିଲେ ଯେ, ସେ ଶକ୍ତିଶାଳୀ ଭାରତୀୟ ଦଳକୁ ଅତି ସହଜରେ ଟକ୍କର ଦେଇପାରିବ. କଙ୍ଗାରୁ ଦଳ ଏମିତି ଭାରତୀୟ ଦଳକୁ ଟକ୍କର ଦେଲେ ଯେ, 5ଟି ଦିନିକିଆ ମ୍ୟାଚକୁ 2-2ରେ ବରାବର ରଖିବାକୁ ସକ୍ଷମ ହୋଇପାରିଲେ. ତେବେ ବୁଧବାର ଆରମ୍ଭ ହେବାକୁ ଥିବା ଏହି ଅନ୍ତିମ ମ୍ୟାଚରେ ଭାରତ ବିଜୟ ଲକ୍ଷ୍ୟରେ ମଇଦାନକୁ ଓହ୍ଲାଇବାକୁ ଥିବା ବେଳେ କଙ୍ଗାରୁ ଦଳ ମଧ୍ୟ ଘରୋଇ ମାଟିରେ ଭାରତକୁ ପରାସ୍ତ କରି ସିରିଜ କବଜା କରିବାକୁ ଚେଷ୍ଟା କରିବ. ଆଜିର ମ୍ୟାଚଟି ଉଭୟ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ ଥିବା ବେଳେ କ୍ରିକେଟପ୍ରେମୀମାନେ ମଧ୍ୟ ଏହି ମ୍ୟାଚକୁ ଦେଖିବା ପାଇଁ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି.

LEAVE A REPLY

Please enter your comment!
Please enter your name here