ପୁଣି ଖଟିଆରେ ବୁହା ହେଲେ ଗର୍ଭବତୀ. ଏଭଳି ଏକ ଦୃଶ୍ୟ ପୁଣି ସାମ୍ନାକୁ ଆସିଛି ମାଲକାନଗିରି ଜିଲ୍ଲା କୋରୁକଣ୍ଡା ବ୍ଲକ ପାଡାଲପୁଟ ଗାଁରେ. ସୂଚନା ଅନୁସାରେ, ସେହି ଗାଁର ପଦ୍ମା ରୁଙ୍ଗୁଡା ଗର୍ଭବତୀ ଥିଲେ. ଗତକାଲି ତାଙ୍କର ଗର୍ଭ ଯନ୍ତ୍ରଣା ଆରମ୍ଭ ହେବାରୁ ପରିବାର ଲୋକେ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ. ମାତ୍ର ରାସ୍ତା ନଥିବାରୁ ପ୍ରାୟ 1 ଘଣ୍ଟା ବିଳମ୍ବରେ ପହଞ୍ଚିଥିଲା ଆମ୍ବୁଲାନ୍ସ. ତା ପୂର୍ବରୁ ପଦ୍ମାଙ୍କୁ ଗାଁର ଯୁବକମାନେ ପ୍ରାୟ 7 କିମି ପର୍ଯ୍ୟନ୍ତ ଖଟିଆରେ ବୋହି ସାରିଆପାଲି ଗାଁରେ ପହଞ୍ଚାଇଥିଲେ. ପରେ ଆସି ପହଞ୍ଚିଥିଲା ଆମ୍ବୁଲାନ୍ସ. ତେବେ ଏଠାରେ ଏକ ପ୍ରଶ୍ନ ଉଠୁଛି, ଏହି ଅଞ୍ଚଳରେ ବାରମ୍ବାର ଏଭଳି ଘଟଣା ସାମ୍ନାକୁ ଆସିବା ପରେ ମଧ୍ୟ କଣ ପାଇଁ ପ୍ରଶାସନ ଏହି ଘଟଣାପ୍ରତି ଧ୍ୟାନ ଦେଉନି.

LEAVE A REPLY

Please enter your comment!
Please enter your name here