ସ୍ମାର୍ଟସିଟି ଭୁବନେଶ୍ୱରର ମେୟର ବାବୁ ଅନନ୍ତ ନାରାୟଣ ଜେନା ଫେଲ୍ । ମାନେ ତାଙ୍କର ସବୁ ଦକ୍ଷତାକୁ ଗଲା ବର୍ଷା ପୁରାପୁରି ଧୋଇଦେଲା । ସେ ଭୁବନେଶ୍ୱରକୁ ସ୍ମାର୍ଟସିଟି କରିବା ପାଇଁ ଦେଶ ବିଦେଶ ବୁଲି ବୁଲି ଯେତେ ଯେତେ ପୁରସ୍କାର ଟ୍ରଫି ସଂଗ୍ରହ କରିଥିଲେ, ଏଇ ବର୍ଷା ପାଣିରେ ସେସବୁର ରଙ୍ଗ ଧୋଇଗଲା । ସାହି, ନଗର, ବସ୍ତି ସବୁଠି ପାଣି ପଶିଲା । ଓଡ୍ରାଫ ଟିମ୍ ଲୋକଙ୍କୁ ଉଦ୍ଧାର କଲା । ବର୍ଷା ପାଣିରେ ଗାଡି ମଟର ଭାସିଗଲା । ସ୍ମାର୍ଟସିଟିର ବର୍ଷା ବିପନ୍ନ ଲୋକଙ୍କୁ ରନ୍ଧା ଖାଦ୍ୟ ଦିଆଗଲା । ଏସବୁ କାର୍ଯ୍ୟରେ ଲୋକେ କେତେ ଖୁସ୍ ସେ କଥା ଯଦିଓ ଆମେ ଜାଣିନୁ, କିନ୍ତୁ ଲୋକେ କୁହାକୁହି ହେଉଥିବାର ଶୁଣିଛୁ ବର୍ଷା ପାଣିରେ ଭୁବନେଶ୍ୱର ଉବୁଟୁବୁ ହେବା ପରେ ଭୁବନେଶ୍ୱର ମୁମ୍ବାଇ ସାଙ୍ଗେ ସମାନ ହୋଇଗଲା । ମୁମ୍ବାଇରେ ବର୍ଷା ହେଲେ ଯେମିତି ମେଟ୍ରୋପଲିଟାନ ସିଟି  ଉବୁଟୁବୁ ହେଉଛି, ଭୁବନେଶ୍ୱରକୁ ସେମିତି ଅବସ୍ଥାରେ ପହଞ୍ଚାଇଦେଲେ ବାବୁ ଅନନ୍ତ ନାରାୟଣ । କିହୋ, ଏତେବର୍ଷ ମେୟର ରହିବା ପରେ ତମେ ଯଦି ଭୁବନେଶ୍ୱରର ଡ୍ରେନେଜଟାକୁ ସଜାଡି ପାରିଲନି, ତାହେଲେ ଆଉ କଣ କରିପାରିବ ।

LEAVE A REPLY

Please enter your comment!
Please enter your name here