ମର୍ମନ୍ତୁଦ ଦୁର୍ଘଟଣା । ତେଲେଙ୍ଗାନାର ଜଗତିଆଲ ଜିଲ୍ଲାରେ ରାଜ୍ୟ ସଡକ ପରିବହନର ଏକ ବସ ଖାତ ଭିତରକୁ ଖସି ପଡିଛି । ବସରେ ଥିବା 57 ଜଣ ତୀର୍ଥଯାତ୍ରୀଙ୍କ ମୃତ୍ୟୁ  ହୋଇଛି । ଖବରଅନୁସାରେ ଜିଲ୍ଲାର କୋଣ୍ଡାଗାଟ୍ଟୁ ପର୍ବତ ଉପରେ ଥିବା ଏକ ହନୁମାନ ମନ୍ଦିରକୁ ତୀର୍ଥଯାତ୍ରୀଙ୍କୁ ନେଇ ବସଟି ଯାଉଥିଲା । ସେଠାରୁ ଫେରିବାବେଳେ ବ୍ରେକ୍ ଫେଲ ହେବାରୁ ଭାରସାମ୍ୟ ହରାଇ ବସଟି ଗଭୀର ଖାତ ଭିତରକୁ ପଡିଯାଇଥିଲା  ।
ପ୍ରଶାସନ ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତଙ୍କୁ ଉଦ୍ଧାର କରିଥିଲେ. । ଦୁର୍ଘଟଣାରେ ଗୁରୁତର ଆହତମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମୃତ୍ୟୁବରଣ କରିଥିବା 57 ଜଣଙ୍କ ମଧ୍ୟରେ 39 ଜଣ ମହିଳା ଓ 4 ଜଣ ଶିଶୁ ଅଛନ୍ତି.

LEAVE A REPLY

Please enter your comment!
Please enter your name here