ଲିଭର ସିରୋସିସରେ ଆକ୍ରାନ୍ତ ଅଭିନେତା ପିଣ୍ଟୁ ନନ୍ଦଙ୍କୁ ଦିଲ୍ଲୀରୁ ହାଇଦ୍ରାବାଦ ସ୍ଥାନାନ୍ତର କରାଯାଇଛି । ଗତ 7 ତାରିଖରେ ତାଙ୍କୁ ଦିଲ୍ଲୀର ଆଇଏଲବିଏସ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ଲିଭର ଟ୍ରାନ୍ସପ୍ଲାଣ୍ଟ ପାଇଁ ଡାକ୍ତର ପରାମର୍ଶ ଦେଇଥିବା ବେଳେ ପରିବାର ସଦସ୍ୟଙ୍କ ବ୍ଲଡ ଗୃର ମ୍ୟାଚ ନ କରିବାରୁ ତାଙ୍କର ଟ୍ରାନ୍ସପ୍ଲାଣ୍ଟ ହୋଇପାରିନି । କେବଳ ପରିବାର ସଦସ୍ୟଙ୍କ ଲିଭର ଡୋନେସନକୁ ଦିଲ୍ଲୀ ଆଇଏଲବିଏସ ହସପିଟାଲ ଗ୍ରହଣ କରୁଥିବାରୁ ସେଠାରେ ଟ୍ରାନ୍ସପ୍ଲାଣ୍ଟ ସମ୍ଭବ ହୋଇପାରିନି । ତେଣୁ ହାଇଦ୍ରାବାଦରେ ବାହାର ଡୋନରଙ୍କ ଲିଭର ନେଇ ଟ୍ରାନ୍ସପ୍ଲାଣ୍ଟ କରାଯିବ । ଲିଭର ଟ୍ରାନ୍ସପ୍ଲାଣ୍ଟ ପାଇଁ 50 ଲକ୍ଷ ଟଙ୍କା ଆବଶ୍ୟକ ରହିଥିବା ବେଳେ ଓଡିଶା ସିନେ ଆର୍ଟିଷ୍ଟ ଆସୋସିଏସନ ଏଥିପାଇଁ ଅର୍ଥ ସଂଗ୍ରହ କରିବାରେ ଲାଗିଛି । ଏବେ ପିଣ୍ଟୁଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଥିବା ଆସୋସିଏସନ ସଂପାଦକ ଶ୍ରୀତମ ଦାସ କହିଛନ୍ତି ।

LEAVE A REPLY

Please enter your comment!
Please enter your name here