କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଭାଗବତ ପ୍ରସାଦ ମହାନ୍ତିଙ୍କ ଦେହାନ୍ତ | ଭୁବନେଶ୍ୱରସ୍ଥିତ ବାସଭବନରେ ସେ ନିଜର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି | ମୃତ୍ୟୁବେଳକୁ ତାଙ୍କୁ ୯୨ ବର୍ଷ ବୟସ ହୋଇଥିଲା | ସେ ଜଣେ ବରିଷ୍ଠ ରାଜନେତା ସାଙ୍ଗକୁ ଛାତ୍ର ଜୀବନରେ କୃଷକ ସତ୍ୟାଗ୍ରାହ ଆନ୍ଦୋଳନରେ ପ୍ରମୁଖ ଭୂମିକା ନେଇଥିଲେ | ସେ ତିନି ଥର କେନ୍ଦ୍ରାପଡ଼ାର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ | ୧୯୭୧ ମସିହାରେ କଂଗ୍ରେସରେ ଯୋଗଦେଇଥିଲେ | ରାଜ୍ୟର ଉଚ୍ଚଶିକ୍ଷାମନ୍ତ୍ରୀ ଭାବେ ବି ସେ କାମ କରିଥିଲେ | ତାଙ୍କ ମୃତ୍ୟୁ ଖବର ପ୍ରଚାର ହେବା ପରେ ବହୁ ବିଶିଷ୍ଟ ବ୍ୟକ୍ତି ଓ ରାଜନେତା ଶୋକପ୍ରକାଶ କରିଛନ୍ତି |

LEAVE A REPLY

Please enter your comment!
Please enter your name here