ହତ୍ୟାକାଣ୍ଡରେ ୯ ଜଣଙ୍କୁ ଆଜିବନ ଜେଲ୍ ଆଦେଶ । ରାୟଗଡା ଜିଲ୍ଲା ଟିକିରି ଅଞ୍ଚଳର ଛେଲିଆ ମାଝି ହତ୍ୟା ମାମଲାରେ ୯ ଜଣ ଅଭିଯୁକ୍ତଙ୍କୁ ଜିଲ୍ଲା ଦୌରାଜଜ୍ ଆଜିବନ ଜେଲ୍ ଆଦେଶ ଦେଇଛନ୍ତି । ଅଭିଯୁକ୍ତମାନେ ହେଉଛନ୍ତି ବାଲି ମାଝି, ସନ୍ତୋଷ ମାଝୀ, ପୀତିଡି ମାଝି, ନରି ମାଝି, କୁଶ ମାଝୀ, କୃଷ୍ଣ ମାଝି, ସଦା ମାଝି ସାଲୁ ମାଝି ଏବଂ କବିରାଜ ମାଝି । ୨୦୧୭ ନଭେମ୍ବର ୩୦ରେ ଏହି ହତ୍ୟାକାଣ୍ଡ ଘଟିଥିଲା । ଆସାମୀ ମାନେ ଝେଲିଆ ମାଝିଙ୍କୁ ଘରୁ ଡାକି ନେଇ ମୁଣ୍ଡ ଗଣ୍ଡି ଅଲଗା କରି ହତ୍ୟା କରିଥିଲେ । ଜମିଜମା ବିବାଦକୁ ନେଇ ଏଭଳି ଜଘନ୍ୟ ହତ୍ୟାକାଣ୍ଡ ଘଟିଥିଲା ।

LEAVE A REPLY

Please enter your comment!
Please enter your name here