ନିର୍ବାଚନ ପୂର୍ବରୁ ପୁଣି ସ୍ଥିତି ଜାହିର କଲେ ମାଓବାଦୀ । ମାଲକାନଗିରି ଜିଲ୍ଲା ମାଥିଲି ଅନ୍ତର୍ଗତ କୁକୁରକୁଣ୍ଡି ଗାଁରେ ବର୍ବର ଭାବେ ଜଣଙ୍କ ଗଳାକାଟି ହତ୍ୟା କରିଛନ୍ତି ମାଓବାଦୀ । ହତ୍ୟାକାଣ୍ଡର ଶୀକାର ହୋଇଥିବା ଗୁପ୍ତ ସ୍ୱାଇଁ ହେଉଛନ୍ତି ଜଣେ ଠିକାଦାରଙ୍କ ସମ୍ପର୍କୀୟ । କୁକୁରୁକୁଣ୍ଡିରୁ ଟେମ୍ବୁରୁପାଲି ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ତିଆରି ହେଉଥିବା ରାସ୍ତା କାମର ଠିକା ପାଇଛନ୍ତି ଗୁପ୍ତ ସ୍ୱାଇଁଙ୍କ ସମ୍ପର୍କୀୟ । ରାସ୍ତା କାମକୁ ବିରୋଧ କରି ଲାଲବାହିନୀ ଗୁପ୍ତ ସ୍ୱାଇଁଙ୍କୁ ହତ୍ୟା କରିଥିବା ସନେ୍ଦହ କରାଯାଉଛି । ଏହାସହିତ ସେମାନେ ଗୋଟିଏ ଜେସିବି ଗୋଟିଏ ହାଇୱା ଜାଳି ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here