ସଙ୍ଗୀତ ଜଗତରେ ଶୋକର ଛାୟା । ୯୨ ବର୍ଷ ବୟସରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି ପ୍ରଖ୍ୟାତ ଗାୟିକା ଆଶା ଭୋସଲେ ।ନିଜର ସୁମଧୁର ସ୍ୱରରେ ଶ୍ରୋତାଙ୍କ ମନ ମହୁଥିବା ଆଶା ଭୋସଲେଙ୍କୁ ହୃଦଘାତ ଓ ଫୁସଫୁସ ସଂକ୍ରମଣ କାରଣରୁ ଶନିବାର ତାଙ୍କୁ ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ରବିବାର ସକାଳେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ ଥିଲା । ତାଙ୍କ ବିୟୋଗରେ ବଲିଉଡ ଓ ସଙ୍ଗୀତ ଜଗତରେ ଶୋକର ମାହୋଲ ଛାୟା ଖେଳି ଯାଇଛି । ତାଙ୍କ ନାତୁଣୀ ଜନାଇ ଭୋସଲେ କହିଛନ୍ତି ଯେ “ଜେଜେ ମାଆ (ଆଶା ଭୋସଲେ) ଅଧିକ ଦୁର୍ବଳ ହେବା କାରଣରୁ ଛାତିରେ ସଂକ୍ରମଣଜନିତ ସମସ୍ୟା ଦେଇ ଗତି କରୁଥିଲେ । ଶନିବାର ସ୍ୱାସ୍ଥ୍ୟାବସ୍ଥା ଅଧିକ ବିଗିଡିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।” ଆଶା ଭୋସଲେଙ୍କୁ ଦାଦା ସାହେବ ଫାଲକେ ଓ ଦେଶର ଦ୍ୱିତୀୟ ସବୁଠୁ ବଡ ନାଗରିକ ସମ୍ମାନ ପଦ୍ମ ବିଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଥିଲା । ସେ ୧୨ ହଜାରରୁ ଅଧିକ ଗୀତ ଗାଇଛନ୍ତି । ସେ ବିଭିନ୍ନ ଭାରତୀୟ ଭାଷାରେ ୧୨ ହଜାରୁ ଉର୍ଦ୍ଧ୍ୱ ଗୀତ ଗାଇଛନ୍ତି । ଆଶା ଭୋସଲେ ହେଉଛନ୍ତି ପ୍ରଥମ ଭାରତୀୟ ଗାୟିକା ଯିଏ ଗ୍ରାମୀ ଆୱାର୍ଡ ପାଇଁ ମନୋନୀତ ହୋଇଥିଲେ । ଆଶା ଭୋସଲେଙ୍କ କିଛି ଲୋକପ୍ରିୟ ଗୀତ ମଧ୍ୟରେ ଅଭି ନା ଯାଓ ଛୋଡକର,ଚୁରା ଲିୟା ହେ ତୁମନେ ଜୋ ଦିଲକୋ ଆଦି ସାମିଲ ।

LEAVE A REPLY

Please enter your comment!
Please enter your name here