ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଜାହାନିଆ ସମୁଦ୍ରରେ 4 ଜଣ ଇଞ୍ଜିନିୟରିଂ ଛାତ୍ର ବୁଡି ଯାଇଛନ୍ତି. ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ଉଦ୍ଧାର କରାଯାଇଛି.  ଅନ୍ୟପଟେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ନିଖୋଜ ଅଛନ୍ତି. ଉଦ୍ଧାର ହୋଇଥିବା ଦୁଇ ଛାତ୍ରଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି. ମିଳିଥିବା ସୂଚନା ଅନୁସାରେ,  4 ଜଣ ଭୁବନେଶ୍ୱରର ଏକ ଘରୋଇ କଲେଜରେ ଇଞ୍ଜିନିୟରିଂ କରୁଥିଲେ. ରବିବାର ପିକନିକ ପାଇଁ ଜାହାନିଆ ଯାଇଥିଲେ. ସମୁଦ୍ରରେ ଗାଧୋଉଥିବା ବେଳେ ସମୁଦ୍ର ଭିତରକୁ ଟାଣି ହୋଇଯାଇଥିଲେ. ସେମାନେ ବୁଡିଯାଉଥିବା ଦେଖି ସେଠାରେ ଉପସ୍ଥିତ ଥିବା ଲୋକ ସେମାନଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ. ପରେ ନିକଟସ୍ଥ ଥାନାରେ ଏ ସଂକ୍ରାନ୍ତରେ ଖବର ଦେଇଥିଲେ.

LEAVE A REPLY

Please enter your comment!
Please enter your name here